ମୋ ବସ୍‌ ଧକ୍କାରେ ଷଣ୍ଢ ମୃତ

ପାତ୍ରପଡ଼ା ଛକରେ ଉତ୍ତେଜନା, ବସ୍‌ ଭାଙ୍ଗିଦେଲେ ଉତ୍ତ୍ୟକ୍ତ ଲୋକ

ଭୁବନେଶ୍ବର: ମୋ’ ବସ୍‌ ଧକ୍କାରେ ଷଣ୍ଢ ମୃତ୍ୟୁକୁ କେନ୍ଦ୍ର କରି ଆଜି ପାତ୍ରପଡ଼ା ଛକ ନିକଟରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାନୁସାରେ, ଆଜି ବିଳମ୍ବିତ ରାତିରେ ୨୪ନଂ ରୁଟ୍‌ ମୋ’ ବସ୍‌(ଓଡି ୩୩ୟୁ ୬୫୨୧) ଡିପୋକୁ ଯାଉଥିବା ବେଳେ ପାତ୍ରପଡ଼ା ଛକ ନିକଟରେ ଏକ ଷଣ୍ଢକୁ ଧକ୍କା ଦେଇଥିଲା।

ଘଟଣାସ୍ଥଳରେ ଷଣ୍ଢଟି ପ୍ରାଣ ହରାଇଥିଲା। ଏହା ଦେଖି ସ୍ଥାନୀୟ ଲୋକ ବସ୍‌କୁ ଭଙ୍ଗାରୁଜା କରିବା ସହ ଚାଳକକୁ ମାଡ଼ ମାରିଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାଳକଙ୍କୁ ଉଦ୍ଧାର କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।

ସମ୍ବନ୍ଧିତ ଖବର