କାର ସହିତ ଗଞ୍ଜେଇ ଜବତ, ଜଣେ ଗିରଫ

ଭୁବନେଶ୍ୱର: ଆଜି ସକାଳେ ଅବକାରୀ ବିଭାଗ ଚଢ଼ାଉ କରି ୧କ୍ୟୁଣ୍ଟାଲ ଗଞ୍ଜେଇ ସହିତ ଏକ ଇଣ୍ଡିଗୋ କାରକୁ ଜବତ କରିଛନ୍ତି। ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗବିହାର ଅଞ୍ଚଳରେ ଜଣେ ବ୍ୟକ୍ତି କାରରେ ଗଞ୍ଜେଇ ନେଇ ଯାଉଥିବା ବେଳେ ଅବକାରୀ ବିଭାଗ ତନଖି କରି ଏହି ଗଞ୍ଜେଇ ଜବତ କରିଥିଲା। ଏହି ଘଟଣାରେ ଅବକାରୀ ବିଭାଗ କଟକ ଜିଲ୍ଲା ବହୁଗ୍ରାମ ଅଞ୍ଚଳର ଅଭିରାମ ଦାଶ ନାମକ ଜରେ ଯୁବକଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର