ଚୋରା ପୀରତି ଧରାପଡ଼ିବାରୁ କୁନିଝିଅର ଗୋଡ଼ ଭାଙ୍ଗି ମା’ର ପ୍ରେମିକ ଗିରଫ

ଭୁବନେଶ୍ବର : ମା’ର ପରକୀୟା ପ୍ରୀତି ୬ ବର୍ଷର କୁନିଝିଅଟି ପାଇଁ ମହଙ୍ଗା ପଡ଼ିଲା। ମା’ ଓ ତାଙ୍କ ପ୍ରେମିକକୁ ଅସଂଯତ ଅବସ୍ଥାରେ ଦେଖି ବିରୋଧ କରିବାରୁ ତା’ଗୋଡ଼କୁ ବାଡ଼େଇ ଭାଙ୍ଗି ଦେଇଥିଲା ପ୍ରେମିକ। ଏଭଳି ଏକ ଅଭାବନୀୟ ମାମଲାର ତଦନ୍ତ କରି ଆଜି ନୂଆପଲ୍ଲୀ ଥାନା ପୁଲିସ୍ ଅଭିଯୁକ୍ତ ଅଜୁ ସାହୁକୁ କୋର୍ଟ ଚାଲଣ କରିଛି।

ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ଆଦିତ୍ୟନଗର ବସ୍ତିରେ ରହୁଥିବା ଅଜୁ ପଡ଼ୋଶୀ ଜଣେ ମହିଳାଙ୍କ ଘରେ ପଶିଥିଲା। ମହିଳାଙ୍କ ସହ ଅଜୁର ଅବ‌ୈଧ ସମ୍ପର୍କ ଥିଲା। ମହିଳାଙ୍କ ସ୍ବାମୀ ବାହାରେ ରହୁଥିବା ବେଳେ ଅଜୁ ସହ ମହିଳାଙ୍କ ପରକୀୟା ପ୍ରୀତି ଗଢ଼ି ଉଠିଥିଲା। ମହିଳା ଓ ଅଜୁ ଅସଂଯତ ଅବସ୍ଥାରେ ଥିବା ବେଳେ ହଠାତ୍ କୁନି ଝିଅଟି ନିଦରୁ ଉଠି ପଡ଼ିଥିଲା ଓ ଅଜୁକୁ ଦେଖି ପାଟି କରିଥିଲା। କୁନିଝିଅର ପାଟି ବନ୍ଦ କରିବାକୁ ଅଜୁ ଧମକାଇଥିଲେ ମଧ୍ୟ ସେ ବୁଝିନଥିଲା। ବରଂ ବଡ଼ ପାଟି କରି ଆଈକୁ ଡାକ ପକାଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଜୁ ଏକ ବେଲଣା କାଠିରେ କୁନିଝିଅର ଗୋଡ଼କୁ ପିଟି ଦେଇଥିଲା। ଫଳରେ ତା’ ଗୋଡ଼ ଭାଙ୍ଗି ଯାଇଥିଲା। ଧରାପଡ଼ିବା ଭୟରେ ଅଜୁ ସେଠାରୁ ପଳାଇଥିଲା। ପରେ ନାତୁଣୀକୁ ନେଇ ଆଈ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର