‘ମୁଁ’କୁ ମାରିଲେ ଜୀବନରେ ସୁଖ ମିଳିବ

ପ୍ରଜ୍ଞା ଫାଉଣ୍ଡେସନ୍‌ ପକ୍ଷରୁ ‘କ୍ଷଣକ୍ଷଣ ମରିବା- କ୍ଷଣକ୍ଷଣ ବଞ୍ଚିବା’

ଭୁବନେଶ୍ୱର: ପ୍ରଜ୍ଞା ଫାଉଣ୍ଡେସନ୍‌ ଓ ସ୍ୱାଧ୍ୟାୟ ପରିବାର ପକ୍ଷରୁ ଆଜି  ‘କ୍ଷଣକ୍ଷଣ ମରିବା- କ୍ଷଣକ୍ଷଣ ବଞ୍ଚିବା’ ଶୀର୍ଷକ ଏକ କାର୍ଯ୍ୟକ୍ରମ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ସଚ୍ଚିଦାନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଜୀବନର ମୂଲ୍ୟବୋଧ ଉପରେ ଆଧାରିତ। ମନୁଷ୍ୟ ନିଜର ବାସ୍ତବତାକୁ ଭୁଲି ଭ୍ରମ ଏବଂ ଭ୍ରାନ୍ତି ଜୀବନ ବଞ୍ଚିବାରୁ ସମ୍ପର୍କରେ ଦ୍ୱନ୍ଦ୍ୱ, ସଂଘର୍ଷ ଏବଂ ଅଶାନ୍ତିର ସୂତ୍ରପାତ ହୋଇଥାଏ। ତେଣୁ ପ୍ରତି ମୁହୂର୍ତ୍ତରେ ସମ୍ପର୍କ ମଧ୍ୟରେ ‘ମୁଁ’କୁ ମାରିବାକୁ ହେବ। ତେବେ ଯାଇ ଜଣେ ସୁଖରେ ବଞ୍ଚିପାରିବ। ଏହି ସ୍ୱାର୍ଥନେ୍ଵଷୀ ‘ମୁଁ’ର ମୃତ୍ୟୁରେ ଜୀବନରେ ଦୟା, ପ୍ରେମ, ଦାନ ଏବଂ କରୁଣାର ଫୁଲ ବର୍ଷା ହେବ। ଏମିତି ଜୀବନର ଅନେକ ମୂଲ୍ୟବୋଧକୁ ଶ୍ରୋତାଙ୍କ ନିକଟରେ ବଖାଣି ଥିଲେ ଶ୍ରୀ ସଚ୍ଚିଦାନନ୍ଦ। ଏହା ସହିତ ଆଜିର କାର୍ଯ୍ୟକ୍ରମରେ ମହାବୀର ପ୍ରକାଶନ ଦ୍ୱାରା ରାମନାରାୟଣ ମିଶ୍ରଙ୍କ ଗଳ୍ପ ‘ବାସଭରା ଅପରାହ୍ଣ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ରାମାକାନ୍ତ ମିଶ୍ର, ଅକ୍ଷୟ କୁମାର ଓ ହରିହର ତ୍ରୀପାଠି ପ୍ରମୁଖ ପୁସ୍ତକ ସମୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର