ନନ୍ଦନକାନନ ବୁଲିଲେ ୪୧୪୯ ପର୍ଯ୍ୟଟକ

କୃଷ୍ଣସାର ମୃଗ ମୃତ

ତ୍ରିଶୂଳିଆ : ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଆଜି ପ୍ରାଣୀ ଉଦ୍ୟାନକୁ ୪୧୪୯ ଜଣ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୩୯୨୪ ଜଣ ଅଫ୍‌ଲାଇନରେ ଟିକେଟ କରିଥିବା ବେଳେ ୨୨୫ଜଣ ଅନ୍‌ଲାଇନରେ ଟିକେଟ କରି କୋଭିଡ୍‌ ନିୟମ ପୂର୍ବକ ଓ ସାମାଜିକ ଦୂରତା ବଜାୟ ରଖି ନନ୍ଦନକାନନ ବୁଲିଥିଲେ। ସେହିପରି ଉଦ୍ଭିଦ ଉଦ୍ୟାନକୁ ୫୬୯ ଜଣ ବୁଲିବାକୁ ଆସିଥିଲେ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକଙ୍କଠାରୁ ସୂଚନା ମିଳିଛି।

କୃଷ୍ଣସାର ମୃଗ ମୃତ
ବାରଙ୍ଗ/ତ୍ରଶୂଳିଆ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୫ନମ୍ବର ଖୁଆଡ଼ରେ ରହୁ୍ଥିବା ଏକ ଅଣ୍ଡିରା କୃଷ୍ଣସାର ମୃଗର ମୃତ୍ୟୁ ହୋଇଛି। ତାକୁ ୧୨ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟ ଜନିତ କାରଣରୁ ପ୍ରାଣ ହରାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି। କୃଷ୍ଣସାର ମୃଗଟିର ମୃତ୍ୟୁ ଫଳରେ ନନ୍ଦନକାନନରେ ଏହି ପ୍ରଜାତି ହରିଣ ସଂଖ୍ୟା ୩୯କୁ ହ୍ରାସ ପାଇଛି। ଏମାନଙ୍କ ମଧ୍ୟରେ ୧୨ଟି ଅଣ୍ଡିରା, ୧୭ଟି ମାଈ ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ୧୦ଟି ଛୁଆ ଅଛନ୍ତି।

ସମ୍ବନ୍ଧିତ ଖବର