ନାଟ୍ୟ ପରିକ୍ରମା: ଭୀଷ୍ମ ସାହାଣିଙ୍କ ‘କ୍ଷତିପୂରଣ’

ଭୁବନେଶ୍ବର: ପ୍ରଶାସନିକ ବ୍ୟବସ୍ଥା, ରାଜନୀତି ଓ ମାନବୀୟ ଚରିତ୍ରର ରୂପାନ୍ତର ଆଜି ଦେଖିବାକୁ ମିଳିଥିଲା ନାଟକ ‘କ୍ଷତିପୂରଣ’ରେ। ଉତ୍ତର ପୁରୁଷ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ନାଟ୍ୟ ପରିକ୍ରମାରେ ମଂଚସ୍ଥ ଏହି ନାଟକରେ ୨୫ ଜଣ କଳାକାରଙ୍କ ଅଭିନୟ ଦେଖିବାକୁ ମିଳିଥିଲା। ଭୀଷ୍ମ ସାହାଣିଙ୍କ ରଚିତ ନାଟକ ‘ମୁଆବଜା’ର ଓଡ଼ିଆ ଅନୁସୃଜନ ଏହି ନାଟକକୁ ଅନୁବାଦ କରିଥିଲେ ଭାରତ ମାଝୀ। ନିର୍ଦେଶନା ଦେଇଥିଲେ ଦେବଦତ୍ତ ପତି। ବ୍ୟଙ୍ଗାତ୍ମକ ଓ ସାଂଗୀତିକତାର ମିଶ୍ରଣ ନାଟକକୁ ବେଶ୍‌ ରୋଚକ କରିଥିଲା। ଜ୍ଞାନୀ ଦେବାଶିଷ ଗୀତ ରଚନା କରିଥିବା ବେଳେ ସଂଗୀତ ନିର୍ଦେଶନା ଦେଇଥିଲେ ପ୍ରତାପ ରାଉତ। ପ୍ରସନ୍ନ ମିଶ୍ର, ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟ, ଦେବଦତ୍ତ ପତି, ଚକ୍ରଧର ପାତ୍ର, ନିଶିକାନ୍ତ ନାୟକ, ଅମିତ, ଜଗନ୍ନାଥ, ପ୍ରଦୀପ, ଦୀପ୍ତି, ଚନ୍ଦନ, ନିଶ, ପଦ୍ମଲାଭ, ଲଲାଟେନ୍ଦୁ, ସଦାନନ୍ଦ, ନବୀନ, ସୋନାଲିନ, ସୂର୍ଯ୍ୟସ୍ନାତା, ଶ୍ବେତା ପ୍ରମୁଖ ଅଭିନୟ କରିଥିଲେ। ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା, କବି ହରପ୍ରସାଦ ଦାସ, ଭାରତ ମାଝୀ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉତ୍ତର ପୁରୁଷ ନାଟ୍ୟାନୁଷ୍ଠାନର ସଭାପତି ଗୌରୀ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର