‘ପ୍ରଗତିଶୀଳ ଓଡ଼ିଆ ଖାଦ୍ୟ ମହୋତ୍ସବ’ ଆରମ୍ଭ

ଭୁବନେଶ୍ବର: ପୋଡ଼ା ଚିଙ୍ଗୁଡ଼ି ‌ପାମ୍ପଡ଼ ଚାର୍ଟ, ଡାଲ୍‌ମା ଚପ୍‌, ଚକୋଲେଟ୍‌ ଦହିବରା ଆଳୁଦମ୍‌। ଏହି ସବୁ ଖାଦ୍ୟ ଯେତିକି ଲୋଭନୀୟ ମନେ ହେଉଥିଲା, ଜିଭର ଲାଳସାକୁ ପୂରଣ କରିବା‌ରେ ବି ସେତିକି ସକ୍ଷମ ଥିଲା। ଖାଣ୍ଟି ଓଡ଼ିଆ ଖାଦ୍ୟରେ ଆଧୁନିକତାର ଛାପ ଦେଇ ଏଭଳି ଲୋଭନୀୟ ଢଙ୍ଗରେ ପରଷି ଦେଉଛନ୍ତି ସେଫ୍‌ ମାଇକେଲ୍‌। ଓଡ଼ିଆଙ୍କୁ ପୁଣିଥରେ ଖାଣ୍ଟି ଓଡ଼ିଆ ଖାଦ୍ୟର ମଜା ଚଖାଇବା ତଥା ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ପୁଣି ମନେ ପକାଇ ଦେବା ଉଦ୍ଦେଶ୍ୟରେ ସେଫ୍‌ ମାଇକେଲ୍‌ ଆଜିଠାରୁ ଆରମ୍ଭ କରିଛନ୍ତି ‘ପ୍ରଗତିଶୀଳ ଓଡ଼ିଆ ଖାଦ୍ୟ ମହୋତ୍ସବ’। ସୈନିକ ସ୍କୁଲ ସମ୍ମୁଖରେ ଥିବା ତାଙ୍କ ଓଡ଼ିଆ କଜିନ୍‌ ରେସ୍ତୋରାଁ ‘ମାଇକେଲ୍‌ କିଚେନ୍‌’ଠାରେ ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଖାଦ୍ୟ ମହୋତ୍ସବରେ ଗ୍ରାହକ ପାରମ୍ପରିକ ଓଡ଼ିଆ ଖାଦ୍ୟର ନିଆରା ସ୍ବାଦ ଓ ଶୈଳୀ ସହ ଉପଭୋଗ କରିପାରିବେ। ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଓ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଅତିଥି ଭାବେ ଯୋଗ ଦେଇ ଏହି ଖାଦ୍ୟ ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି। ପ୍ରତିଦିନ ପୂର୍ବାହ୍ନ ସାଢ଼େ ୧୧ଟାରୁ ଅପରାହ୍‌ଣ ୪ଟା ଓ ସଂଧ୍ୟା ୭ଟାରୁ ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଆସନ୍ତା ୫ତ‌ାରିଖ ଯାଏଁ ଏହି ଖାଦ୍ୟ ମହୋତ୍ସବ ଚାଲିବ।

ଅନୁପମ ଜୋକର୍‌, ନସିରୁଦ୍ଦିନ୍‌ ନିଶାଖୋର୍‌
ନାଗରିକତା ସଂଶୋଧନ ଆଇନକୁ ନେଇ ବଲିଉଡ୍‌ର ଦୁଇ ଲୋକପ୍ରିୟ କଳାକାରଙ୍କ ବୟାନବାଜି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅନୁପମ ଖେର୍ ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରୁଥିବାରୁ ତାଙ୍କୁ ଜୋକର୍‌ ବୋଲି କହି ନସିରୁଦ୍ଦିନ ଶା‌ହା ସମ୍ବୋଧନ କରିଥିଲେ। ଅନୁପମ ଖେର୍ ମଧ୍ୟ ଚୁପ୍‌ ବସି ନ ଥିଲେ। ସେ ୨ ମିନିଟ୍‌ର ଏକ ଭିଡିଓ ଟ୍ବିଟ୍‌ କରି ନସିରୁଦ୍ଦିନ୍‌ଙ୍କୁ ନିଶାଖୋର ବୋଲି ଆକ୍ଷେପ କରିଥିଲେ। ଭିନ୍ନ ମତ ଯୋଗୁଁ ଦୁଇ ବରିଷ୍ଠ କଳାକାରଙ୍କ ମଧ୍ୟରେ କେବଳ ଫାଟ ସୃଷ୍ଟି ହୋଇନାହିଁ ବରଂ ପ୍ରିୟ ଦର୍ଶକଙ୍କ ପାଖରେ ଲୋକହସା ହେବାକୁ ପଡ଼ିଛି।

ଶାହରୁଖ୍‌ ତୁମ ସବୁ ଫିଲ୍ମ ଫ୍ଲପ୍‌ ହେଉଛି…
କିଛି ଦିନ ହେବ ବଡ଼ ପରଦାରୁ ଦୂରେଇ ରହିଥିବା କିଙ୍ଗ୍‌ ଖାନ୍‌ ଶାହରୁଖ୍‌ ଖାନ୍‌ ଏବେ ଟ୍ବିଟର୍‌ରେ ସକ୍ରିୟ ରହୁଛନ୍ତି। ତେବେ ନିଜ ପ୍ରଶଂସକଙ୍କଠାରୁ କିଛି ମତାମତ ପାଇଁ ସେ ‘ଆସ୍କ ଏସ୍‌ଆର୍‌କେ’ ଲେଖି ଟ୍ବିଟ୍‌ କରିଥିଲେ। ଏଥିରେ କିଛି ଏମିତି ପ୍ରଶ୍ନ ଆସିଲା, ଯାହା ତାଙ୍କୁ କିଛି କ୍ଷଣ ପାଇଁ ଭାବିବାକୁ ବାଧ୍ୟ କରିଦେଲା। ପ୍ରଶ୍ନ ଥିଲା, ଆପଣଙ୍କ ଫିଲ୍ମ ଫ୍ଲପ୍‌ ହେଉଛି, କେମିତି ଲାଗୁଛି? ପ୍ରଶ୍ନ ପଚାରିଥିବା ବ୍ୟକ୍ତିଜଣକ ଏହା ବି ଲେଖିଥିଲେ ଏହାର ଜବାବ ନିଶ୍ଚୟ ରଖିବେ। ଶାହରୁଖ୍‌ ମଧ୍ୟ ଏହାର ଉତ୍ତର ରଖି କହିଲେ, ବାସ୍‌ ଆପ୍‌ ଦୁଆ ମେଁ ୟାଦ ରଖ୍‌ନା।

ସମ୍ବନ୍ଧିତ ଖବର