ଓଡ଼ିଶା ଉଡ୍‌ ବଲ୍‌ ଦଳର ନାଗପୁର ଯାତ୍ରା

ଭୁବନେଶ୍ବର: ଚଳିତ ମାସ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ନାଗପୁରରେ ହେବାକୁଥିବା ୧୭ତମ ବରିଷ୍ଠ ଜାତୀୟ ଉଡ୍‌ବଲ୍‌ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ଶୁକ୍ରବାର ସେଠାକୁ ଗସ୍ତ କରିଛି। ଖେଳାଳିମାନଙ୍କୁ ଓଡ଼ିଶା ରାଜ୍ୟ ଉଡ୍‌ବଲ୍‌ ସଂଘର ସଭାପତି ଚିନ୍ମୟ କୁମାର ଦାସ, ସାଧାରଣ ସମ୍ପାଦକ ମହମ୍ମଦ ଆଜାମ, ବାସୁଦେବ ଓଝା, ରିଙ୍କୁ ମିତ୍ର, କ୍ରୀଡ଼ା ସଂଗଠକ ନବରଂଜନ ପଟ୍ଟନାୟକ, ରଂଜନ କୁମାର ନନ୍ଦ, ବଦ୍ରି ନାରାୟଣ ପାତ୍ର ଏବଂ ବହୁ କ୍ରୀଡ଼ାପ୍ରେମୀମାନେ ଶୁଭେଚ୍ଛା ଜଣାଇବା ସହ ସଫଳତା କାମନା କରିଛନ୍ତି।
ପୁରୁଷ ଦଳ: ଜି ପ୍ରକାଶ ରାଓ (ଅଧିନାୟକ), ବିକାଶ ଚନ୍ଦ୍ର ପଟ୍ଟନାୟକ, ଉଲ୍ଲାସ ପରିଡ଼ା, ଶ୍ରୀକାନ୍ତ ସିଂହ, ମହମ୍ମଦ ସାହିଦ ଜମାଲ, ସୁନିଲ କୁମାର ଜେନା, ଦିବ୍ୟଜ୍ୟୋତି ନାୟକ, ମହମ୍ମଦ ଅନ୍‌ସାର ଉଲ୍‌ ହକ୍‌ (ପ୍ରବନ୍ଧକ)।

ସମ୍ବନ୍ଧିତ ଖବର