ଶଳାକୁ ଠେଙ୍ଗାରେ ପିଟି ଭିଣୋଇ ଗିରଫ

ଭୁବନେଶ୍ବର : ଦେଉଳିଆ ପାଟଣା ଗ୍ରାମରେ ଭିଣୋଇର ଠେଙ୍ଗା ମାଡ଼ରେ ଶଳା ଗୁରୁତର ହୋଇଛି। ଯାଁଳା ଫାଣ୍ଡି ପୁଲିସ ଅଭିଯୁକ୍ତ ଭିଣୋଇ ବଳରାମ ସାହୁ ଓରଫ ବଳିଆକୁ(୩୫) ଗିରଫ କରିଛି। ଆହତ ଶଳା ହେଲେ ହେଲେ ପ୍ରଶାନ୍ତ ସାହୁ। ମିଳିଥିବା ସୂଚନା ଅନୁସାରେ, ପ୍ରଶାନ୍ତ ଓ ବଳରାମ ଦୁହେଁ ମଦନପୁର ପଞ୍ଚାୟତର ଦେଉଳିଆପାଟଣା ଗ୍ରାମରେ ଏକାଠି ରୁହନ୍ତି। ଗତ ମଙ୍ଗଳବାର ଘରେ କେହି ନଥିବା ସମୟରେ ଭିଣୋଇ ବଳରାମ ନିଜ ସାଙ୍ଗଙ୍କୁ ଡାକି ଘରେ ମଦର ଆସର ଜମାଇଥିଲା। ଏହାକୁ ପ୍ରଶାନ୍ତ ବିରୋଧ କରିଥିଲା। ଫଳରେ ଉତ୍‌କ୍ଷିପ୍ତ ହୋଇ ଭିଣୋଇ ବଳରାମ ଠେଙ୍ଗାରେ ମାଡ଼ ମାରି ପ୍ରଶାନ୍ତକୁ ଲହୁଲୁହାଣ କରିଥିଲେ। ଏନେଇ ପ୍ରଶାନ୍ତ ଯାଁଳା ଫାଣ୍ଡିରେ ଅଭିଯୋଗ କରିବା ପରେ ବଳରାମକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର