ଉନ୍ମୋଚିତ ହେଲା କବିତା ସଂକଳନ ‘ସାଉଣ୍ଟା ସ୍ମୃତି’ ଓ ‘ପ୍ରଭୁ ତୁମେ’

ସାଉଣ୍ଟା ସ୍ମୃତି ସଂଧ୍ୟା

ଭୁବନେଶ୍ୱର: ନିର୍ମଳ ଫାଉଣ୍ଡେସନ୍‌ ପକ୍ଷରୁ ଆଜି ଜୟଦେବ ଭବନ ପ୍ରେକ୍ଷାଳୟରେ ନିର୍ମଳ କୁମାର ବେହେରାଙ୍କ ସ୍ମୃତିରେ ‘ସାଉଣ୍ଟା ସ୍ମୃତି ସଂଧ୍ୟା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତ୍ରିପୁରା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଦିତ୍ୟ କୁମାର ମହାନ୍ତି, ନାଲ୍‌କୋର ଅବସରପ୍ରାପ୍ତ ଅଧିକାରୀ ଗୋପାଳ କୃଷ୍ଣ ବେହେରା, ସମାଜସେବୀ ଦୁର୍ଗାବତୀ ବେହେରା ଓ ଗୋପାଳକଷ୍ଣ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସମାଜସେବାରେ ମାଇଲ୍‌ଖୁଣ୍ଟ ଭଳି କାର୍ଯ୍ୟ କରୁଥିବା ସାଗରିକା ମିଶ୍ର, ବିଦ୍ୟୁତ୍‌ପ୍ରଭା ଦାଶ, ଆଶାୟେଁ ଅନୁଷ୍ଠାନର ରାଜୁ ବେହେରା ଓ ମାମୁନି ଦଳେଇ ପ୍ରମୁଖଙ୍କୁ ସମ୍ବର୍ଧିତ କରାଯାଇଥିଲା। ପୁଣି ସ୍ୱର୍ଗତ ବେହେରାଙ୍କ ସ୍ମୃତିରେ ତାଙ୍କ ପତ୍ନୀ ପ୍ରତିମା ବେହେରାଙ୍କ ଦ୍ୱାରା ଲିଖିତ ଦୁଇଟି କବିତା ସଂକଳନ ‘ସାଉଣ୍ଟା ସ୍ମୃତି’ ଓ ‘ପ୍ରଭୁ ତୁମେ’ ଲୋକାର୍ପିତ ହୋଇଛି। ଏହା ପରେ ଏହି ଦୁଇଟି କବିତା ସଂକଳନରୁ ବଛା ବଛା କିଛି କବିତାକୁ ସଙ୍ଗୀତର ରୂପ ଦେଇଥିଲେ ଗୁରୁ ନଳିନୀକାନ୍ତ ରଥଙ୍କ ଶିଷ୍ୟମାନେ। ସରିତା ବେହେରା, ନମ୍ରତା ବେହେରା ଓ ପୂଜା ବେହେରାଙ୍କ ପରିଚାଳନାରେ ଆୟୋଜିତ ଏହି ସଙ୍ଗୀତ ସଂଧ୍ୟାକୁ ମନ ଭରି ଉପଭୋଗ କରିଥିଲେ ଶ୍ରୋତା ମଣ୍ଡଳୀ।

ସମ୍ବନ୍ଧିତ ଖବର