ଡିଏସ୍‌ବିଏମ୍‌ରେ ଆମ ଓଡ଼ିଶା ରକ୍ତଦାନ ଶିବିର, ୪୧ୟୁନିଟ୍ ରକ୍ତ ସଂଗୃହୀତ

ଭୁବନେଶ୍ବର: ଭୁବନେଶ୍ବରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡିଏଭି ସ୍କୁଲ ଅଫ୍ ବିଜିନେସ୍ ମ୍ୟାନେଜମେଣ୍ଟ (ଡିଏସବିଏମ୍) ଓ ଆମ ଓଡ଼ିଶାର ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ନୂଆପଲ୍ଲୀସ୍ଥିତ ଡିଏଭି କ୍ୟାମ୍ପସ୍‌ରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଅନୁଷ୍ଠାନ ପକ୍ଷରୁ ଡିଏସବିଏମ୍‌ର ଅଧ୍ୟକ୍ଷ ଡ. ଡି.ଏନ୍ ମିଶ୍ର, ସ‌ଂଯୋଜିକା ଡ. ଅଞ୍ଜଳି ପଣ୍ଡା ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଇଭେଣ୍ଟ ଅର୍ଗାନାଇଜର୍ ସତ୍ୟଜିତ୍ ଦୀକ୍ଷିତ ଓ ଅଂଶୁମାନ ମହାନ୍ତି ଶିବିର ପରିଚାଳନା କରିଥିଲେ। ଅନ୍ୟ ସମସ୍ତ ସହକର୍ମୀ ପରିଚାଳନାରେ ସହାୟତା କରିଥିଲେ। ସ୍କୁଲର ବିବିଏ ଓ ବି.କମ୍ ଅନର୍ସର ଛାତ୍ରଛାତ୍ରୀମାନେ ଶିବିରରେ ରକ୍ତଦାନ କରିଥିଲେ। ଓଡ଼ିଶା ରକ୍ତକେନ୍ଦ୍ର, ଭୁବ‌େନଶ୍ବର ମ୍ୟୁନିସିପାଲ ହସ୍ପିଟାଲର ସହକର୍ମୀମାନେ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶା ରକ୍ତଦାନ ଶିବିର ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା। ଶିକ୍ଷାଦାନ ସହ ରକ୍ତଦାନ ଭଳି ମହତ୍‌ କାର୍ଯ୍ୟ ଆୟୋଜନ କରିଥିବାରୁ ଆମ ଓଡ଼ିଶା ପକ୍ଷରୁ ସମସ୍ତ ରକ୍ତଦାତା ତଥା ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

ସମ୍ବନ୍ଧିତ ଖବର