ପୁଲିସ୍‌ ବସ୍‌ର ସିରିଜ ଦୁର୍ଘଟଣା, ୨୦ରୁ ଅଧିକ ଯାତ୍ରୀ ଆହତ

ଭୁବନେଶ୍ୱର: ସୋମବାର ପୁଲିସ ବସ୍‌ର ସିରିଜ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨୦ରୁ ଅଧିକ  ଆହତ ହୋଇଥିବା ସୂଚନା ମିଳିଛି। ଜନତା ମଇଦାନ ନିକଟରେ ଏହି ଦୁର୍ଘଟଣା ଘଟିଛି ଦୁଇଟି କାର ଓ ଦୁଇଟି ବସ୍‌ କ୍ଷତିଗ୍ରସ୍ତ ହୋଇଛି।

ସୂଚନାଯୋଗ୍ୟ, ଜନତା ମଇଦାନରୁ ବାହାରୁଥିବା ଯାତ୍ରୀବାହୀ ବସ୍‌କୁ ପୁଲିସ ଭ୍ୟାନ୍‌ ଧକ୍କା ଦେଇଥିଲା। ଫଳରେ  ପଛରୁ ଧକ୍କା ଖାଇ ସାମ୍ନାରେ ଥିବା ଦୁଇଟି କାର୍‌କୁ ଯାତ୍ରୀବାହୀ ବସ୍‌ ପିଟିଥିଲା। ପଛରୁ ଧକ୍କା ଖାଇବା ପରେ ପୁଣି ସାମ୍ନା ପଟୁ ଦୁଇଟି କାରକୁ ଧକ୍କା ଦେବା ଫଳରେ ଏଥିରେ ବସିଥିବା ୨୦ରୁ ଊର୍ଧ୍ୱ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୪ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଉତ୍ତ୍ୟକ୍ତ ଲୋକେ ପୁଲିସ ଗାଡ଼ିକୁ ଭାଙ୍ଗି ଦେଇଛନ୍ତି। ଏଥିରେ ପୁଲିସ ବସ୍‌ ଚାଳକ ଓ ଜଣେ କାର ଚାଳକ ବି ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର