ରେଡିଓ ଚକ୍‌ଲେଟ୍‌ର ନୂଆ ଗୀତ ‘ତୋ ପ୍ରେମରେ’

ଭୁବନେଶ୍ବର: ପ୍ରତି ସପ୍ତାହରେ ଶ୍ରୋତାମାନଙ୍କୁ ଏକ ନୂଆ ଗୀତ ଉପହାର ଦେଉଥିବା ଓଡ଼ିଶାର ନମ୍ବର ୱାନ୍ ଏଫ୍ଏମ୍ ରେଡିଓ ଚକ୍‌ଲେଟ୍‌ ଏଥର ଦୀପାବଳି ଉପଲକ୍ଷେ ସଂଗ୍ରାମ ମିଶ୍ରଙ୍କ କ୍ରିଏଟିଭ୍‌ ସୁପରଭିଜନ୍‌ରେ ଦୁଇଟି ଗୀତ ରିଲିଜ୍‌ କରିଛି। ସୋମବାର ଗୌରବ ଆନନ୍ଦଙ୍କ ରୋମାଣ୍ଟିକ ଗୀତ ‘ମୋନିକା! ଓଃ ମାଇଁ ଡାର୍ଲିଂ’ ରିଲିଜ୍‌ ହୋଇଥିବାବେଳେ ଶୁକ୍ରବାର ରିଲିଜ୍‌ ହୋଇଛି ଦ୍ବିତୀୟ ଗୀତ ଏକ୍ସପ୍ରେସନ୍‌ କୁଇନ୍‌ ଅସୀମା ପଣ୍ଡାଙ୍କ ‘ତୋ ପ୍ରେମରେ’। ଗୀତକୁ ରଚନା କରିଛନ୍ତି ଆଶୁତୋଷ ଓ କୁମାରଶ୍ରୀ। ସଙ୍ଗୀତ ଦେଇଛନ୍ତି ସୁମିତ ଦୀକ୍ଷିତ୍। ଗୀତର ରେକର୍ଡିଂ ଓ ମିକ୍ସିଙ୍ଗ କରିଛନ୍ତି ସ୍ମୃତିରଂଜନ। ଶୁକ୍ରବାର ରିଲିଜ ହୋଇଥିବା ଏହି ଗୀତଟିକୁ ଶ୍ରୋତାମାନେ ରେଡିଓ ଚକ୍‌ଲେଟ୍‌ରେ ଶୁଣିପାରିବେ। ରେଡିଓ ଚକ୍‌ଲେଟ୍‌ ୟୁଟ୍ୟୁବ୍‌ ପେଜ୍‌ରେ ଏହାର ଷ୍ଟୁଡିଓ ଭର୍ସନ ମଧ୍ୟ ଦେଖିପାରିବେ। ଏହା ସହ ଶ୍ରୋତାମାନେ ରେଡିଓ ଚକ୍‌ଲେଟ୍‌ ଆପ୍‌ରେ ମଧ୍ୟ ଗୀତଟି ଶୁଣିପାରିବେ।

ସମ୍ବନ୍ଧିତ ଖବର