ଭୁବନେଶ୍ୱର: ମହାବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀମାନଙ୍କର ଗୀତ, ନୃତ୍ୟ, ଅଭିନୟ, ଆଙ୍କରିଙ୍ଗ ଇତ୍ୟାଦିରେ ଥିବା ପ୍ରତିଭାର ଚିହ୍ନଟ ଏବଂ ବିକାଶ ପାଇଁ ଓଡିଶାର ସବୁଠାରୁ ଅଧିକ ଲୋକପ୍ରିୟ ରେଡିଓ୍ ଚକ୍ଲେଟ୍ ୧୦୪ ଏଫ୍ ଏମ୍ ଧୁମ୍ ମିଠା ଆୟୋଜନ କରୁଛି ‘ଚକ୍ଲେଟ୍ ଅଲରାଉଣ୍ଡର’। ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣର ପ୍ରିଲିମ୍ ରାଉଣ୍ଡରେ ପ୍ରଥମ ପ୍ରତିଯୋଗିତା ଗୋଠପାଟଣା ସ୍ଥିତ ଟାଇମ୍ସ ଗୁରୁକୁଲ୍ରେ ଅନୁଷ୍ଟିତ ହୋଇଥିଲା। ୩୯ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଏବଂ କର୍ମକର୍ତାମାନେ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଓଡିଶାର ମହିଳା ରକିଙ୍ଗ୍ ସିଙ୍ଗର୍ ଭାବେ ଜଣାଶୁଣା ନାଭ୍ୟା ପିଲାମାନଙ୍କର ପ୍ରତିଭା ପ୍ରଦର୍ଶନକୁ ମୁଲ୍ୟାୟନ କରିବା ପାଇଁ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା କରିବା ପାଇଁ ପ୍ରାରମ୍ଭରେ ନିଜେ ନାଭ୍ୟା ଓଡିଆ, ହିନ୍ଦୀ, ସମ୍ବଲପୁରୀ, ଗୀତ ଗାଇ ସମସ୍ତଙ୍କୁ ଆମୋଦିତ କରିଥିଲେ। ପ୍ରତିଯୋଗିତା ଶେଷ ହେବା ପରେ ଫାଇନାଲିଷ୍ଟ ମାନଙ୍କ ନାମ ଘୋଷଣା କରାଯାଉଥିଲା। ସୁଚିସ୍ମିତା, ଅନିତା ସୁନା ଓ କମଲ୍ ନାୟକ ଗୁରୁକୁଳ ତରଫରୁ ଫାଇନାଲିଷ୍ଟ ବିବେଚିତ ହୋଇଛନ୍ତି। ଯେଉଁମାନେ ଆଗକୁ ଅନୁଷ୍ଟିତ ହେବାକୁ ଥିବା ଗ୍ରାନ୍ଡଫିନାଲେରେ ଅଂଶଗ୍ରହଣ କରିବେ।