ଯାତ୍ରୀଙ୍କୁ ଦୁର୍ଘଟଣାରୁ ତରନ୍ତ ଉଦ୍ଧାର କରିବା କୌଶଳ ପ୍ରଦର୍ଶନ

ରେଳବାଇ ପକ୍ଷରୁ ମକ୍‌ ଡ୍ରିଲ୍‌

ଚନ୍ଦ୍ରଶେଖରପୁର: ମଞ୍ଚେଶ୍ୱର ରେଳ ଷ୍ଟେସନ୍‌ ରଙ୍ଗମାଟିଆ ବଜାର ନିକଟ ରେଳବାଇ ପଡ଼ିଆରେ ଆଜି ଅନୁଷ୍ଠିତ ହୋଇଯାଇଛି ‘ମକ୍‌ ଡ୍ରିଲ୍‌’ କାର୍ଯ୍ୟକ୍ରମ। ଯେଉଁଥିରେ ରେଳ ଦୁର୍ଘଟଣାପରେ ତୁରନ୍ତ ଯାତ୍ରୀମାନଙ୍କୁ ରକ୍ଷାକରାଯାଇ ସୁରକ୍ଷିତ ସ୍ଥାନ ଓ ଚିକିତ୍ସାପାଇଁ ନିକଟସ୍ଥ ହସ୍ପିଟାଲ୍‌କୁ ପଠାଯାଇ ପାରିବ ତହା ନେଇ ବିଭିନ୍ନ ପ୍ରକାର ଡ଼େମୋ ପଦର୍ଶନ କରାଯାଇଥିଲା। ଖୋର୍ଦ୍ଧାରେଡ଼ ରେଲେଓ୍ଵ ଡ଼ିଭିଜନ୍‌ ଦ୍ୱାରା ଆୟୋଜିତ ଏହି ଦିନିକିଆ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଖୋର୍ଦ୍ଧାରୋଡ଼ ଡ଼ିଆର୍‌ଏମ୍‌ ଏସ୍‌ପି. ଦିେଓ୍ଵଦି ଆନୁଷ୍ଠାନିକ ଭାବରେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। କ୍ୟାମ୍ପର ପ୍ରଥମ ଭାଗରେ ଅନୁଷ୍ଠିତ ହୋଇଥିଲା ରେଳ ଦୁର୍ଘଟଣାପରେ ବଗିଭିତରୁ କିପରି ଗ୍ୟାସ୍‌ କଟିଂ ଦ୍ୱାରା ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ। ପରେ ଯାତ୍ରୀମାନଙ୍କୁ ନିକଟ ଏକ ସୁରକ୍ଷିତ ସ୍ଥାନକୁ ଅଣାଯାଇ ସେମାନଙ୍କ ପ୍ରାଥମିକ ଚିକିତ୍ସାକରି ଆମ୍ବୁଲାନସ୍‌ ଯୋଗେ ନିକଟ ହସ୍ପିଟାଲ୍‌କୁ ପଠାଯିବ। ଏହି ସମୟରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରାପ୍ତ ଓଡ଼୍ରାଫ୍‌ ଓ ଏନ୍‌ଡ଼ିଆର୍‌ଫ୍‌ ଦଳ କିଭଳି ରେଳ ଯାତ୍ରୀଙ୍କୁ ସ୍ଥାନାନ୍ତର ଓ ଉଦ୍ଧାରରେ ସହଯୋଗ କରିବେ ତାହାନେଇ ଡ଼େମୋ ଦେଖାଯାଇଥିଲା। ଉଦ୍ଧାରପରେ କିପରି ରେଳଚଳାତଳ ସ୍ୱୋଭାବିକ କରିବ ସେନେଇ ରେଳଧାରଣା ମରାମତି ପାଇଁ ବିଭିନ୍ନ ଡ଼େମୋ ଦେଖାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରେଳେଓ୍ଵ ହସ୍ପିଟାଲ୍‌ ସିଏମ୍‌ଏସ୍‌ ଡ଼.ଏକେ ପଟ୍ଟନାୟକ, ମଞ୍ଚେଶ୍ୱର ହସ୍ପିଟାଲ୍‌ରୁ ଡ଼.ଆରକେ ମହାପାତ୍ର, ତତକାଳ ଅଧିକାରୀ ସଧ୍ୟାରାଣୀ ଗୁରୁ, ଏନ୍‌ଡ଼ିଆରଏଫ ମୁଣ୍ଡଳି ଅଧିକାରୀ ସହ କମାଣ୍ଡେଣ୍ଟ୍‌ ବିକେ ସାହୁ, ଓଡ଼୍ରାଫ୍‌ କଟକ ଅଧିକାରୀ ରୁଦ୍ର ମୋହନ ପ୍ରଧାନ ଓ ରେଳବାଇ ଅଧିକାରୀ ଗଣେଶ ଚନ୍ଦ୍ର ନାୟକ ଉପସ୍ଥିତରହି କାର୍ଯ୍ୟକ୍ରମକୁ ନିରିକ୍ଷଣକରିବାସହ ପରିଚାଳନାରେ ସହଯୋଗ କରିଥିଲେ। ଏହା ସିହତ ଦୁର୍ଘଟଣା ସମୟରେ ସ୍ଥାନୀୟ ଲୋକ କିପରି ସାଧାରଣ ଲୋକଙ୍କୁ ସହାୟତାର ହାଡ଼ ବଢ଼ାଇପାରିବେ ତାହାନେଇ ଉପସ୍ଥିତ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା।

ସମ୍ବନ୍ଧିତ ଖବର