ରଙ୍ଗ ଉତ୍ସବର ପ୍ରଥମ ସନ୍ଧ୍ୟା: ମଞ୍ଚସ୍ଥ ହେଲା ନାଟକ ‘କନ୍ୟାଦାନ’

ଭୁବନେଶ୍ବର: ଆଦର୍ଶବାଦ ଯେତେବେଳେ ବାସ୍ତବବାଦର ଚିତ୍ର ନିଏ, ତାହା ଯେଉଁ ଦୁଃଖଦ ପରିଣତିକୁ ନିମନ୍ତ୍ରଣ କରେ ତାହା ନାଟକରେ ସ୍ପଷ୍ଟ ଭାବେ ଚିତିତ୍ର କରାଯାଇଛି। ପରିବାରର ବିରୋଧ ସତ୍ତ୍ବେ ଆଦର୍ଶବାଦକୁ ଅନୁକରଣ କରୁଥିବା ବ୍ରାହ୍ମଣ କନ୍ୟାର ଦଳିତ ଯୁବକ ସହ ବାହାଘରକୁ ପ୍ରୟୋଗାତ୍ମକ ଶୈଳୀରେ ନାଟକ ‘କନ୍ୟାଦାନ’ରେ ବାସ୍ତବତାର ରୂପ ଦିଆଯାଇଛି। ମରାଠି ନାଟ୍ୟକାର ବିଜୟ ତେନ୍ଦୁଲକରଙ୍କ ଦ୍ବାରା ରଚିତ ଏହି ନାଟକ ଏକ ସାମାଜିକ ସଂସ୍କାରଧର୍ମୀ ନାଟକ। ‘ଜୀବନ ରେଖା’ ପକ୍ଷରୁ ଆଜିଠାରୁ ଭଞ୍ଜକଳା ମଣ୍ଡପଠାରେ ଆୟୋଜିତ ତିନିଦିନିଆ ନାଟ୍ୟୋତ୍ସବ ‘ରଙ୍ଗ ଉତ୍ସବ’ର ପ୍ରଥମ ସନ୍ଧ୍ୟାରେ ପରିବେଷିତ ଏହି ନାଟକର ଓଡ଼ିଆ ଅନୁବାଦ କରିଥିଲେ ଚିନ୍ମୟ ଷଡ଼ଙ୍ଗୀ। ନାଟ୍ୟ ନିଦ୍ଦେର୍ଶନା ଦେଇଥିଲେ ଅଭିନ୍ନ ରାଉତରାୟ। ସନ୍ଧ୍ୟାରେ ଅତିଥି ଭାବେ ପ୍ରାଞ୍ଚନ ସାଇକିଆ, ସାସଧା ଆଚାର୍ଯ୍ୟ, ବିଜୟ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର