ସୁନା ଦର କମିଲାଣି ୧୫୬୦ ଟଙ୍କା

ନୂଆଦିଲ୍ଲୀ: ସୁନା ଓ ରୁପା ଦର କ୍ରମାଗତଭାବେ ଗତ କିଛିଦିନ ହେଲା କମିବାରେ ଲାଗିଛି। ଚାହିଦା ହ୍ରାସ ଯୋଗୁ ଦର କମିଛି। ୬ ଦିନ ମଧ୍ୟରେ ସୁନା ଦର ୧୦ ଗ୍ରାମ ପିଛା ପ୍ରାୟ ୧୫୬୦ ଟଙ୍କା ହ୍ରାସ ପାଇଛି। ଗୁରୁବାର ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ଦର ୩୬୦ ଟଙ୍କା ହ୍ରାସ ପାଇ ୩୩,୦୭୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୩୨,୯୦୦ ଟଙ୍କା ରହିଛି। ସେହିଭଳି ରୁପା ମୂଲ୍ୟ ଆଜି କିଲୋଗ୍ରାମ ପିଛା ୫୨୦ ଟଙ୍କା ହ୍ରାସ ପାଇ ୩୮,୯୮୦ ଟଙ୍କାକୁ ଖସିଆସିଛି।

ସମ୍ବନ୍ଧିତ ଖବର