ସୁରକ୍ଷିତ ଓ ସମୃଦ୍ଧ ହିନ୍ଦୁ ଆମର ଲକ୍ଷ୍ୟ: ତୋଗାଡ଼ିଆ

ଭୁବନେଶ୍ବର: ‘ସୁରକ୍ଷିତ ହିନ୍ଦୁ, ସମୃଦ୍ଧ ହିନ୍ଦୁ ଓ ସମ୍ମାନିତ ହିନ୍ଦୁ ଆମର ଲକ୍ଷ୍ୟ। ଏହି ଲକ୍ଷ୍ୟ ନେଇ ହିନ୍ଦୁ ସ୍ବ-ରୋଜଗାର ଯୋଜନା ଆରମ୍ଭ କରାଯାଇଛି। କୌଣସି ହିନ୍ଦୁ ଯେପରି ଭୋକରେ ନ ରହିବେ ଓ କୌଣସି ହିନ୍ଦୁ ଯେମିତି ଚିକିତ୍ସା ସେବାରୁ ବଞ୍ଚିତ ନହେବେ, ସେଥିପାଇଁ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି।’ ଆଜି ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ସଭାପତି ଡ. ପ୍ରବୀଣଭାଇ ତୋଗାଡ଼ିଆ ଏହା କହିଛନ୍ତି। ସେ କହିଥିଲେ ଯେ ଏହି ଲକ୍ଷ୍ୟ ପୂରଣ ପାଇଁ ସାରା ଭାରତରେ ତ୍ରୀଶୂଳ ଦୀକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

୫ବର୍ଷ ଭିତରେ ଦୁଇ ‌କୋଟି ହିନ୍ଦୁ ଯୁବକଙ୍କୁ ଦୀକ୍ଷିତ କରାଯିବ। ହିନ୍ଦୁମାନେ ଆର୍ଥିକ ଦୃଷ୍ଟିରୁ କେମିତି ସମୃଦ୍ଧ ହୋଇପାରିବେ ଏବଂ ସେମାନେ ରୋଜଗାର ପାଇପାରିବେ, ସେଥିପାଇଁ ହିନ୍ଦୁ ସ୍ବ‌-ରୋଜଗାର ଯୋଜନା ଆରମ୍ଭ ହୋଇଛି। ସେହିଭଳି କୌଣସି ହିନ୍ଦୁ ସ୍ବାସ୍ଥ୍ୟ ସେବା‌ରୁ ବଞ୍ଚିତ ନହେବା ପାଇଁ ମଧ୍ୟ ହେଲ୍ପଲାଇନ୍‌ର ବ୍ୟବସ୍ଥା କରାଯାଇଛି। କୌଣସି ହିନ୍ଦୁ ଆଇନ ସେବାରୁ ବଞ୍ଚିତ ନହେବା ପାଇଁ ମଧ୍ୟ ଏକ ହିନ୍ଦୁ ଆଡ୍‌ଭୋକେଟ୍‌ ଫୋରମ୍‌ ଗଠନ କରାଯାଇଛି। ହିନ୍ଦୁ ଭାରତୀୟମାନେ ଭୋକରେ ନରହିବା ପାଇଁ ‘ଏକ୍‌ ମୁଠି ଅନାଜ୍‌’ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ସମ୍ପାଦକ ମନୋଜ ସାହୁ, ରାଜ୍ୟ ସଭାପତି ଦୀପକ ମହାନ୍ତ ଓ ବିଶ୍ବନାଥ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର