ସମ୍ବାଦ’ ଓ ‘ଆମ ଓଡ଼ିଶା’ର ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା: ଚନ୍ଦ୍ରଶେଖରପୁର ଜୋନ୍‌ ୩ କେନ୍ଦ୍ରରେ ଦୁଇ ହଜାର ପରୀକ୍ଷାର୍ଥୀ

‘କିସ୍‌’ରେ ଭାଗନେଲେ ୫୩ ପ୍ରଜାତିର ଜନଜାତି ଛାତ୍ରଛାତ୍ରୀ

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଜୋନ୍‌ର ‘ଚନ୍ଦ୍ରଖେଖପୁର ଡିଏଭି’, ‘କିସ୍‌’ ଓ ‘ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପଟିଆ’ରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ଉକ୍ତ ୩ଟି କେନ୍ଦ୍ରରେ ଦୁଇ ହଜାରରୁ ଅଧିକ ଛାତ୍ରଛାତ୍ରୀ ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ପରୀକ୍ଷା ଦେଇଛନ୍ତି। ‘ଚନ୍ଦ୍ରଖେଖପୁର ଡିଏଭି’ ପରୀକ୍ଷା କେନ୍ଦ୍ରରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଡିଏଭି ପବ୍ଲିକ ସ୍କୁଲ ଛାତ୍ରୀ ସିଦ୍ଧି ତନୟା ନାୟକ ପ୍ରଥମ, ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ପଣ୍ଡା ଦ୍ୱିତୀୟ ଓ ଡିଏଭି ପବ୍ଲିକ ସ୍କୁଲର ଛାତ୍ରୀ ହିଂମାଶୁ ଶେଖର ସାହୁ ତୃତୀୟ ସ୍ଥାନ ହାସଲ କରିଛନ୍ତି। ହସ୍ତାକ୍ଷରରେ ବିବେକାନନନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ର ସାଇ ଅମିତ୍‌ କୁମାର ଜେନା ପ୍ରଥମ, ସେଣ୍ଟ ଜାଭିଅର୍‌ ଇଣ୍ଟରନ୍ୟାସ୍‌ନାଲ ସ୍କୁଲର ଛାତ୍ରୀ ଆଶା ସାହୁ ଦ୍ୱିତୀୟ ଓ ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ନିହାରିକା ପରିଡ଼ା ତୃତୀୟ ସ୍ଥାନରେ ରହିଛନ୍ତି। ପ୍ରବନ୍ଧ- ଭାଷାଜ୍ଞାନରେ ପଟିଆ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ଛାତ୍ରୀ ପ୍ରଜ୍ଞାସ୍ମିତା ପ୍ରିୟଦର୍ଶିନୀ ପ୍ରଥମ, ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ର ପ୍ରିୟାଂଶୁ ବେହେରା ଦ୍ୱିତୀୟ ଓ ଓଡିଏମ୍‌ ପବ୍ଲିକ ସ୍କୁଲର ଅମ୍ର୍ରିତେଶ ଖଟୁଆ ତୃତୀୟ ସ୍ଥାନ ହାସଲ କରିିଥିଲେ। ପ୍ରତିଯୋଗିତାରେ ଚିତ୍ରାଙ୍କନ ଓ ହସ୍ତାକ୍ଷରରେ କିଶୋର ରଥ, ପ୍ରମୋଦ କୁମାର ତ୍ରିପାଠୀ, ପ୍ରବନ୍ଧ ଓ ଭାଷାଜ୍ଞାନରେ ଶରତ କୁମାର ନାୟକ ଏବଂ ପ୍ରକାଶ ମଙ୍ଗରାଜ ବିଚାରକ ରହିଥିଲେ। ପୁରସ୍କାର ପ୍ରଦାନ ଉତ୍ସବରେ ସମସ୍ତ ବିଚାରକଙ୍କ ସମେତ ‘ଚନ୍ଦ୍ରଖେଖପୁର ଡିଏଭି’ର ସଂଯୋଜିକା ଇନ୍ଦିରା ଭଟ୍ଟାଚାର୍ଯ୍ୟ, ବସନ୍ତ ଦାସ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ନୀଳମଣି ମୁଦୁଲି, ପ୍ରସନ୍ନ ଧଳ, ନିହାର ନାୟକ, ପତିତପାବନ ମହାପାତ୍ର, ଅରବିନ୍ଦ ଶତପଥୀ ଉପସ୍ଥିତି ଥିଲେ। ଡ. ଦେବେନ୍ଦ୍ର କୁମାର ପତି ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ।

‘କିସ୍‌’ କେନ୍ଦ୍ରରେ ୫୩ଟି ଜନଜାତିର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ବଣ୍ଡା ସମେତ କୋୟା, ଦେଶିଆ, ଲୋଧା, ଶାନ୍ତାଳ, ହୋ, ଗଣ୍ଡ, ସଉରା ପ୍ରମୁଖ ଜନଜାତିର ଛାତ୍ରଛାତ୍ରୀ ଏଠାରେ ପରୀକ୍ଷା ଦେଇ ରେକର୍ଡ ସୃଷ୍ଟି କରିଛନ୍ତି। ସମସ୍ତ ବିଭାଗରେ କିସ୍‌ର ଛାତ୍ରଛାତ୍ରୀ ବାଜି ମାରିଛନ୍ତି। ଚିତ୍ରାଙ୍କନରେ କି୍ରଷ୍ଣା ଗାହବା ପ୍ରଥମ, ପ୍ରଦୀପ ଖରା ଦ୍ୱିତୀୟ ଓ ମିଶ୍ର ମାଝୀ ତୃତୀୟ ସ୍ଥାନ ହାସଲ କରିଛନ୍ତି। ହସ୍ତାକ୍ଷରରେ ଶାନ୍ତି ଟୁଡ଼ୁ ପ୍ରଥମ ହୋଇଥିବା ବେଳେ ଅଜିତ୍‌ ପାଙ୍ଗୀ ଦ୍ୱିତୀୟ ଓ କୃଷ୍ଣ କବାସି ତୃତୀୟ ହୋଇଛନ୍ତି। ପ୍ରବନ୍ଧ- ଭାଷାଜ୍ଞାନ ପରୀକ୍ଷାରେ ଖେଲ ହାଁସଦା ପ୍ରଥମ, କୁମାରୀ ରଶ୍ମିତା ନାଏକ ଦ୍ୱିତୀୟ ଓ ଜଗ୍‌ଦୀଶ ଖିଲ୍‌୍‌ ତୃତୀୟ ସ୍ଥାନରେ ରହିଥିଲେ। ଚିତ୍ରାଙ୍କନ ଓ ହସ୍ତାକ୍ଷରରେ ସୁରେଶ୍ୱର ଧଳ, ଅରୁଣ କୁମାର ପାଲୁର ଏବଂ ପ୍ରବନ୍ଧ ଓ ଭାଷାଜ୍ଞାନରେ ନିର୍ମଳ କୁମାର ମହାପାତ୍ର, ସୁରେନ୍ଦ୍ରନାଥ ଗାହାଣ, ସହଦେବ ପଣ୍ଡା ଓ ପ୍ରୀତିପ୍ରଜ୍ଞା ପ୍ରଧାନ ବିଚାରକ ରହିଥିଲେ। କିସ୍‌ର ସୁଶାନ୍ତ କୁମାର ସ୍ୱାଇଁ, ପ୍ରକାଶ କୁମାର ବେହେରା, ସୁବ୍ରତ ମହଲା, ପ୍ରତିମା ଜେନା, ରାଜଲକ୍ଷ୍ମୀ କଅଁର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।

ପଟିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କେନ୍ଦ୍ରରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଡିଏଭି ଚନ୍ଦ୍ରଶେଖରପୁର ଛାତ୍ର ଶୁଭଙ୍କର ଦାସ ପ୍ରଥମ, ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ଭାଗ୍ୟଶ୍ରୀ ସାହୁ, ପଟିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସ୍ମିତାଲିନ୍‌ ରାଉତ ତୃତୀୟ ହୋଇଥିଲେ। ହସ୍ତାକ୍ଷର ପ୍ରତିଯୋଗିତାର ପଟିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସଙ୍ଗୀତା ନାୟକ, ପୂର୍ଣ୍ଣସ୍ମିତା ମହାପାତ୍ର, ସୁଦେଷ୍ଣା ପ୍ରିୟଦର୍ଶିନୀ ଯଥାକ୍ରମ ପ୍ରଥମରୁ ତୃତୀୟ ସ୍ଥାନ ହାସଲ କରିଛନ୍ତି। ପ୍ରବନ୍ଧ- ଭାଷାଜ୍ଞାନ ପରୀକ୍ଷାରେ ପଟିଆ ସରସ୍ୱତୀ ଶିଶୁ ବିଦ୍ୟାଳୟର ଛାତ୍ରୀ ଲକ୍ଷ୍ମୀପ୍ରିୟା ପରିଡ଼ା ପ୍ରଥମ ଓ ଛାତ୍ରୀ ସ୍ୱାତୀସ୍ମିତା ତୃତୀୟ ହୋଇଥିବା ବେଳେ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ଛାତ୍ର ବିକାଶ କୁମାର ଓଝା ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏଠାରେ ଚିତ୍ରାଙ୍କନ ଓ ହସ୍ତାକ୍ଷରରେ ଲିଙ୍ଗରାଜ ଶତପଥୀ, ସରୋଜ ରଥ ବିଚାରକ ଭାବେ ଯୋଗ ଦେଇଥିବାବେଳେ ପ୍ରବନ୍ଧ ଓ ଭାଷାଜ୍ଞାନରେ ଡ. କୃତିବାସ ନାୟକ ଓ ସୁଶାନ୍ତ ସେନାପତି ବିଚାରକ ରହିଥିଲେ। ଏହାପରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ରାଜେଶ ପାଣି, ସନ୍ତୋଷ କୁମାର ତ୍ରିପାଠୀ, ଦିଲ୍ଲୀପ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସିଆର୍‌ପି ଜୋନ୍‌ ୧୧୦୦ ପ୍ରତିଯୋଗୀ

ଭୁବନେଶ୍ୱର: ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ପରୀକ୍ଷା ସିଆର୍‌ପି ଜୋନ୍‌ର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଜୟଦେବ ବିହାର, ସରକାରୀ ଉଚ୍ଚ ବିଦ୍ୟାଳୟ, ଆଇଆର୍‌ସି ଭିଲେଜ୍‌ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୟୁନିଟ୍‌-୮ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଏହି ୩ଟି କେନ୍ଦ୍ରରେ ୧୧୦୫ ପ୍ରତିଯୋଗୀ ଭାଗ ନେଇଥିଲେ।
ଆଇଆର୍‌ସି ଭିଲେଜ୍‌ କେନ୍ଦ୍ରରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଆରାଧ୍ୟା ମହାପାତ୍ର ପ୍ରଥମ, ଅର୍ପିତା ଦାସ ଦ୍ୱିତୀୟ ଓ ରଞ୍ଜନ ମାଝୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ହସ୍ତାକ୍ଷରରେ ପ୍ରିୟଂଜିତା ସାହୁ ପ୍ରଥମ, ମଧୁସ୍ମିତା ଚାତାର ଦ୍ୱିତୀୟ ଓ ବାସନ୍ତୀ ମାଣ୍ଡ୍ରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଭାଷାଜ୍ଞାନରେ ସୌମ୍ୟଶ୍ରୀ ପ୍ରସନ୍ନ ନାୟକ ପ୍ରଥମ, ସୋନାଲିକା ସାହୁ ଦ୍ୱିତୀୟ ଓ ରଞ୍ଜନ ଇତିଶ୍ରୀ ପୃଷ୍ଟି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି କେନ୍ଦ୍ରରେ ଅନିଲ କୁମାର ମହାନ୍ତି, ଦିବ୍ୟସିଂହ ସ୍ୱାଇଁ, ଅନ୍ତର୍ଯାମୀ ପ୍ରଧାନ ଓ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ବିଚାରକ ଭାବେ ଯୋଗ ଦେଇଥିଲେ। ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୟୁନିଟ୍‌-୮ କେନ୍ଦ୍ରରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଚୌଧୁରୀ ରାଜେନ୍ଦ୍ର ମହାପାତ୍ର ପ୍ରଥମ, ଭକ୍ତି ପ୍ରସାଦ ମହାପାତ୍ର ଦ୍ୱିତୀୟ ଓ ବିଶ୍ୱଜିତ୍‌ ସ୍ୱାଇଁ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ହସ୍ତାକ୍ଷରରେ ଆକାଶ ଖାନ୍‌ ପ୍ରଥମ, ସତ୍ୟପ୍ରକାଶ କର ଦ୍ୱିତୀୟ ଓ ଦୀକ୍ଷିତ ବୋହିଦାର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଭାଷାଜ୍ଞାନରେ ଋତୁପ୍ରଦା ସାହୁ ପ୍ରଥମ, ଅର୍ପିତା ପଲେଇ ଦ୍ୱିତୀୟ ଓ ପୂର୍ଣ୍ଣିମା ଶ୍ରୀଚନ୍ଦ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏଠାରେ ସସ୍ମିତା ଷଡ଼ଙ୍ଗୀ, ରମେଶ ଚନ୍ଦ୍ର ବେହେରା, ପ୍ରଦୀପ କୁମାର ସାହୁ ଓ ସଞ୍ଜୟ ପଟ୍ଟନାୟକ ବିଚାରକ ଭାବେ ଯୋଗ ଦେଇଥିଲେ।

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଜୟଦେବ ବିହାର କେନ୍ଦ୍ରରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅନିତା ମଙ୍ଗରାଜ ପ୍ରଥମ, ଆୟୁଷ୍ମାନ ପାଢ଼ୀ ଦ୍ୱିତୀୟ ଓ ଶ୍ୱେତାଲିନ୍‌ ସ୍ୱାଇଁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ହସ୍ତାକ୍ଷରରେ ସିଲପା ବରାଳ ପ୍ରଥମ, ସୁଶ୍ରୀ ସାଇସ୍ମିତା ବରାଳ ଦ୍ୱିତୀୟ ଓ ସୁଶ୍ରୀ ପ୍ରିୟଙ୍କା ପ୍ରିୟଦର୍ଶନୀ ମୁଦୁଲି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଭାଷାଜ୍ଞାନରେ ଜ୍ୟୋତି ପ୍ରକାଶ ରାଉତରାୟ ପ୍ରଥମ, ପ୍ରତିପଦା ସାମନ୍ତରାୟ ଦ୍ୱିତୀୟ ଓ ଅନିରୁଦ୍ଧ ଜେନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି କେନ୍ଦ୍ରରେ ସ୍ୱୟଂପ୍ରଭା ଦାସ, ଶଶାଙ୍କ ଶେଖର ସେଠୀ, ଶ୍ରୀଚନ୍ଦନ ମହାନ୍ତି, ଓ ସୁନନ୍ଦା ପ୍ରଧାନ ପ୍ରମୁଖ ବିଚାରକ ଭାବେ ଯୋଗଦେଇଥିଲେ।

ବାଲିପାଟଣା: ୮୬ସ୍କୁଲର ୨୬୯ ଛାତ୍ରଛାତ୍ରୀ
‘ସମ୍ବାଦ ଓ ଆମ ଓଡ଼ିଶା’ ପକ୍ଷରୁ ବାଲିପାଟଣାର ଶ୍ରୀ ବୁଦ୍ଧନାଥ ଉଚ୍ଚବିଦ୍ୟାଳୟ ପରିସରରେ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୮୬ଟି ସ୍କୁଲ୍‌ରୁ ୨୬୯ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଚିତ୍ରାଙ୍କନରେ ୧୪୧, ହସ୍ତାକ୍ଷରେ ୯୭ ଏବଂ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାରେ ୩୧ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ। ଚିତ୍ରାଙ୍କନରେ ବାଗ୍‌ଦେବୀ ବିଦ୍ୟାମନ୍ଦିର ଛାତ୍ରୀ ଶ୍ରଦ୍ଧା ହାଲଦାର ପ୍ରଥମ, ଭଇରିପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଶୁଭମ୍‌ କୁମାର ନାୟକ ଦ୍ୱିତୀୟ, ବିଶ୍ୱନାଥପୁର ୟୁଜି ୟୁପି ସ୍କୁଲର ଛାତ୍ରୀ ସସ୍ମିତା ପାଣିଗ୍ରାହୀ ତୃତୀୟ ହୋଇଥିବା ବେଳେ ହସ୍ତାକ୍ଷରରେ ବାଗଦେବୀ ବିଦ୍ୟାମନ୍ଦିର ଛାତ୍ରୀ ସୌମ୍ୟା ପ୍ରିୟଦର୍ଶିନୀ ସାହୁ ପ୍ରଥମ, ବନମାଳିପୁର ଉଚ୍ଚ ବିଦ୍ୟାଳୟର ଛାତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୃଷ୍ଟି ଦ୍ୱିତୀୟ ଓ ଶ୍ରୀ ବୁଦ୍ଧନାଥ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ସୁଶ୍ରୀ ସଙ୍ଗୀତା ଭୋଇ ତୃତୀୟ ହୋଇଥିଲେ। ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାରେ ପମ୍ପାଲୋ ବାଲୁଙ୍କେଶ୍ୱର ବିଦ୍ୟାପୀଠର ଛାତ୍ରୀ ସାଇ ଶ୍ରୁତିନନ୍ଦା ପ୍ରଧାନ, ଅଙ୍କିତା ତ୍ରିପାଠୀ ଓ କୁଶଭଦ୍ରା ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶୁଭଲକ୍ଷ୍ମୀ ବେହେରା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଇଓ ମହେଶ୍ୱର ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ ବିଆର୍‌ସିସି ନଳିନୀକାନ୍ତ ମହାନ୍ତି ପରିଚାଳନା କରିଥିଲେ। ସିଆର୍‌ସିସି ରଶ୍ମି ରଂଜନ ପଣ୍ଡା, ଛବିନାଥ ସାଥୁଆ, ଜନ୍ମେଜୟ ନାୟକ, ନିରଞ୍ଜନ କୁଣ୍ଡ, ରାଜପ୍ରସାଦ ଦୋରା, ରିଆଜ ଅଲ୍ଲୀ, ଦିନକୃଷ୍ଣ ସାହୁ, ରମାକାନ୍ତ ସାମଲ, ଦିଗମ୍ବର ପ୍ରଧାନ, ଶିକ୍ଷକ କାଶିନାଥ ସାହୁ, ଶୁକଦେବ ରଥ, ରମା ରଂଜନ ଦାସ, ଦୀନବନ୍ଧୁ ମହାନ୍ତି, ପ୍ରଫୁଲ୍ଲ ମହାନ୍ତି, ନରେନ୍ଦ୍ର ଦାସ, ପ୍ରତାପ ସେଠୀ, ଶିକ୍ଷୟତ୍ରୀ ସଂଯୁକ୍ତା ଦେଇ, ରୋଜାଲିନ୍‌ ସାହୁ, ଝୁନି ଦେଇ, ପ୍ରଜ୍ଞା ପରମିତା ରାଉତ, ପୁଷ୍ପଲତା ଗୁଇଁ, ଅଲିଭା ଦାସ, ସ୍ମୃତିରେଖା ପ୍ରହରାଜ ପ୍ରମୁଖ ପରୀକ୍ଷକ ଓ ନିରୀକ୍ଷକଙ୍କ ଦାୟିତ୍ୱ ତୁଲାଇଥିଲେ। ଶ୍ରୀ ବୁଦ୍ଧନାଥ ଉଚ୍ଚ ବିଦ୍ୟାଳୟର ଶିକ୍ଷକ କର୍ମଚାରୀମାନେ ସହଯୋଗ କରିଥିଲେ।

ବାଲିଅନ୍ତା: ଆରିୟାନ୍‌, ସ୍ମୃତିରେଖା, ମିଲନ୍‌ ପ୍ରଥମ
ବାଲିଅନ୍ତା ବ୍ଲକ୍‌ ଅଧୀନ ଅଲାରପୁରସ୍ଥିତ ମା’ ଜାଗୁଳାଇ ସରସ୍ୱତୀ ଶିଶୁମନ୍ଦିର ପରୀକ୍ଷା କେନ୍ଦ୍ରରେ ଚଳିତ ବର୍ଷ ମୋଟ ୨୮ଟି ସ୍କୁଲର ୪୦୮ଜଣ ଛାତ୍ରଛାତ୍ରୀ ଆମ ଓଡ଼ିଶା ଦ୍ୱାରା ପରିଚାଳିତ ଚିତ୍ରାଙ୍କନ, ଭାଷାଜ୍ଞାନ ଓ ହସ୍ତାକ୍ଷର ପରୀକ୍ଷା ଦେଇଛନ୍ତି। ଚିତ୍ରାଙ୍କନରେ ୧୮୭ଜଣ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀ, ହସ୍ତାକ୍ଷରରେ ୧୩୨ ଉଚ୍ଚ ପ୍ରାଥମିକ ଓ ଭାଷାଜ୍ଞାନ ତଥା ପ୍ରବନ୍ଧରେ ୮୯ ଜଣ ହାଇସ୍କୁଲ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଚିତ୍ରାଙ୍କନରେ ଚନ୍ଦ୍ରଶେଖରପୁରସ୍ଥିତ ଡିଏଭି ପବ୍ଲିକ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ର ଆରିୟାନ ନାୟକ ପ୍ରଥମ ଓ ପ୍ରକୃତି କୁମାରୀ ଦ୍ୱିତୀୟ ଏବଂ ଅଲାରପୁର ସରସ୍ୱତୀ ଶିଶୁମନ୍ଦିରର ପଞ୍ଚମ ଶ୍ରେଣୀ ଛାତ୍ର ପ୍ରତୀକ ପ୍ରିୟାଂଶୁ ବେହେରା ତୃତୀୟ ସ୍ଥାନ ହାସଲ କରିଛନ୍ତି। ସେହିପରି ହସ୍ତାକ୍ଷରରେ ବଇଁଚୁଆ ଉପ୍ରା ସ୍କୁଲର ୭ମ ଶ୍ରେଣୀ ଛାତ୍ରୀ ସ୍ମୃତିରେଖା ସାହୁ ପ୍ରଥମ, ସତ୍ୟଭାମାପୁର ଶିଶୁ ମନ୍ଦିରର ୭ମ ଶ୍ରେଣୀ ଛାତ୍ରୀ ରାନୁ ଶାହା ଦ୍ୱିତୀୟ ଓ ତୃପ୍ତିମୟୀ ବେହେରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଭାଷାଜ୍ଞାନରେ ଜାଗୁଳାଇ ସରସ୍ୱତୀ ଶିଶୁମନ୍ଦିରର ୯ମ ଶ୍ରେଣୀ ଛାତ୍ର ମିଲନ ପରିଡ଼ା ପ୍ରଥମ, ଅଷ୍ଟମ ଶ୍ରେଣୀ ଛାତ୍ର ରାକେଶ ସାହୁ ଦ୍ୱିତୀୟ ଏବଂ ଭଗବତୀ ନୋଡାଲ ଉଚ୍ଚ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ରୀ ବିଷ୍ଣୁପ୍ରିୟା ସେନାପତି ତୃତୀୟ ହୋଇଛନ୍ତି। ଏହି ଅବସରରେ ଜାଗୁଳାଇ ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀକାନ୍ତ ଶେଖର ସାମନ୍ତରାୟଙ୍କ ସଭାପତିତ୍ୱରେ ଆୟାଜିତ ପୁରସ୍କାର ବିତରଣ ସଭାରେ ଉପରୋକ୍ତ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ବିଚାରକ ଭାବେ ଜୟନ୍ତୀ ନାୟକ ଓ ସାଧନା କୋଚିଂ ସେଣ୍ଟର୍‌ର ଶିକ୍ଷକ ସନ୍ତୋଷ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଯୁବନେତା ଅକ୍ଷୟ ପରିଡ଼ା, ହରେକୃଷ୍ଣ ବେଦାନ୍ତ, ଗୁରୁମା କୁନାମଣି ବାରିକ, ଜାନକୀ ମହାପାତ୍ର, ପ୍ରିୟଙ୍କା ନାୟକ, ସୁଚିସ୍ମିତା ପରିଡ଼ା, ଅନୁପମା ରଥ ଓ ମନୋରମା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର