ଦୁଷ୍କର୍ମ ଶିକାର ନାବାଳିକାକୁ ପୁଣି ଯୌନ ନିର୍ଯାତନା!

ଉଦ୍ଧାର କଲା ଚାଇଲ୍ଡଲାଇନ୍, ସିଡବ୍ଲୁସିରେ ହାଜର ପରେ ସର୍ଟ ଷ୍ଟେ ହୋମକୁ ଗଲେ ‌

ଭୁବନେଶ୍ବର: ପ୍ରାୟ ଦେଢ଼ ବର୍ଷ ତଳେ ଦୁଷ୍କର୍ମର ଶିକାର ହୋଇଥିବା ଜଣେ ୮ ବର୍ଷୀୟା ନାବାଳିକାଙ୍କୁ ପୁଣି ଯୌନ ନିର୍ଯାତନା ଅଭିଯୋଗ ଆସିଛି । ଖବର ପାଇବା ପରେ ଚାଇଲ୍ଡଲାଇନ ନାବାଳିକାଙ୍କୁ ଉଦ୍ଧାର କରି ସିଡବ୍ଲୁସିରେ ହାଜର କରିଛି। ଏହାପରେ ନାବାଳିକାଙ୍କୁ କଳିଙ୍ଗନଗରରେ ଥିବା ଏକ ସର୍ଟ ଷ୍ଟେ ହୋମରେ ଛଡ଼ାଯାଇଛି। ଗତକାଲିଠାରୁ ତାଙ୍କୁ କାଉନ୍‌ସେଲିଂ କରାଯାଉଥିବା ଚାଇଲ୍ଡଲାଇନର ଜଣେ ଅଧିକାରୀ କହିଛନ୍ତି। ସୂଚନା ଅନୁସାରେ, ନାବାଳିକାଙ୍କ ପରିବାର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ବସ୍ତିରେ ରହୁଛନ୍ତି।

ବାପା ମା’ ଶ୍ରମିକ ହୋଇଥିବାରୁ ସେମାନେ କାମ କରିବାକୁ ଚାଲିଯାଆନ୍ତି। ୨୦୧୯ ଡିସେମ୍ବର ୭ ତାରିଖରେ ନାବାଳିକା ଘରେ ଏକୁଟିଆ ଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଜଣେ ବ୍ୟକ୍ତି ନାବାଳିକାକୁ ଘରକୁ ଡାକି ଦୁଷ୍କର୍ମ କରିଥିଲା। ପୁଲିସ ଦୁଷ୍କର୍ମ ଏବଂ ପୋକ୍‌ସୋ ଆଇନରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ବାପା ମା’ କାମକୁ ଚାଲିଯିବା ପରେ ତାଙ୍କୁ ପୁଣି ଯୌନ ନିର୍ଯାତନା ଦିଆ ଯାଉଥିବା ନେଇ ଖବର ପହଞ୍ଚିବାରୁ ଗତକାଲି ଚାଇଲ୍ଡଲାଇନ ସଦସ୍ୟମାନେ ନାବାଳିକାକୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର