ସ୍ନେହାଶ୍ରୀ ହେଲେ ‘ମିସ୍‌ କିଡ୍‌ ଇଣ୍ଡିଆ ଇଣ୍ଟରନ୍ୟାସ୍‌ନାଲ୍‌ ଗ୍ଲୋବ’

ଭୁବନେଶ୍ବର: ଆସାମ‌ର ଗୌହାଟୀଠାରେ ଆୟୋଜିତ ଜାତୀୟ ମଡେଲ ପ୍ରତିଯୋଗିତା ‘ଷ୍ଟାର୍‌ ଆଇକନ୍‌ ଇଣ୍ଡିଆ ଇଣ୍ଟରନ୍ୟାସ୍‌ନାଲ୍‌’ରେ ଭାଗ ନେଇ ଓଡ଼ିଶାର କୁନି ଝିଅ ‌ସ୍ନେହାଶ୍ରୀ ସାହୁ ‘ମିସ୍‌ କିଡ୍‌ ଇଣ୍ଡିଆ ଇଣ୍ଟରନ୍ୟାସ୍‌ନାଲ୍‌ ଗ୍ଲୋବ’ ଟାଇଟଲ୍‌ ହାସଲ କରି ପ୍ରତିଯୋଗିତାର ବିଜୟ ମୁକୁଟ ପିନ୍ଧିଛନ୍ତି। ଏହାସହ ଆଗକୁ ବ୍ୟାଙ୍କକ୍‌ରେ ହେବାକୁ ଥିବା ‘ଷ୍ଟାର ଆଇକନ୍‌ ଇଣ୍ଟରନ୍ୟାସନ୍‌ନାଲ୍‌ ଗ୍ଲୋବ୍‌’ରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଗତ ଏପ୍ରିଲ ୭ ତାରିଖରେ ଭୁବନେଶ୍ବରରେ ଓଡ଼ିଶା ଫ୍ୟାସନ୍‌ ଭିଲ୍ଲା ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ମଡେଲ ପ୍ରତିଯୋଗିତାର କନିଷ୍ଠ ବିଭାଗରେ ଅଂଶଗ୍ରହଣ କରି ସ୍ନେହାଶ୍ରୀ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇବା ସହ ‘ଷ୍ଟାର୍‌ ଆଇକନ୍‌ ଇଣ୍ଡିଆ ଇଣ୍ଟରନ୍ୟାସ୍‌ନାଲ୍‌’ରେ ଭାଗ ନେବାର ସୁଯୋଗ ପାଇଥିଲେ। ପୁରୁଣା ଭୁବନେଶ୍ବର ନିବାସୀ ନବକିଶୋର ସାହୁ ଓ ରତ୍ନମଞ୍ଜରୀ ସାହୁଙ୍କ ଝିଅ ହେଉଛନ୍ତି ସ୍ନେହାଶ୍ରୀ। ଗୌରୀଶଙ୍କର ଆବାସିକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ୭ ଶ୍ରେଣୀରେ ଅଧ୍ୟୟନାରତ। ଅନେକ ପ୍ରତିଭାର ଅଧିକାରିଣୀ ସ୍ନେହାଶ୍ରୀ ଆଗକୁ ବହୁ ଅନ୍ତର୍ଜାତୀୟ ଟା‌ଇଟଲ ଜିତିବେ ବୋଲି ଫ୍ୟାସନଭିଲ୍ଲାର ପ୍ରତିଷ୍ଠାତା ଅଭିଜିତ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର