ଗୀତରେ ୮ ଦଶନ୍ଧିର ଅନୁଭବ

ଭୁବେନଶ୍ବର : ୧୯୩୬ ମସିହାରୁ ଯାତ୍ରା ଆରମ୍ଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ଜଗତ ଆଜିକୁ ୮ ଦଶନ୍ଧି ଧରି ନିଜର ଯାତ୍ରା ଅବ୍ୟାହତ ରଖିଛି। ସମୟକ୍ରମେ ଏଥିରେ ବହୁ ସଙ୍ଗୀତଜ୍ଞ, କଣ୍ଠଶିଳ୍ପୀ ଓ ଗୀତିକାର ସଂଶ୍ଲିଷ୍ଟ ହୋଇ ଚିରସବୁଜ ଓ ଅବିସ୍ମରଣୀୟ ସଙ୍ଗୀତ ଦେଇ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ରୁଦ୍ଧିମନ୍ତ କରିଛନ୍ତି। ଏହି ସଙ୍ଗୀତଶିଳ୍ପୀମାନଙ୍କୁ ପୂଜ୍ୟପୂଜା  ଉଦ୍ଦେଶ୍ୟରେ ଆଜି ‘ଭୁବନେଶ୍ବର ମ୍ୟୁଜିକ ସର୍କଲ’ ପକ୍ଷରୁ ଗତ ୮ ଦଶନ୍ଧିର ବଛାବଛା ଗୀତକୁ ନେଇ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏହି ସଙ୍ଗୀତ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ପାର୍ଥସାରଥୀ ପାଣିଗ୍ରାହୀ, ଲକ୍ଷ୍ମୀକାନ୍ତ ପାଲିତ, ଆଦ୍ୟାଶା ଦାସ, ସଙ୍ଗୀତା ଗୋସାଇଁ, ଝୁମ୍‌କି ରଥ, ମୀରା ପଣ୍ଡା, ସୁସ୍ମିତା ଦାସ, ଛନ୍ଦା ମିଶ୍ର, ଗୁରୁ ରାମହରି ଦାସ, ଗୁରୁ କେଶବ ଚନ୍ଦ୍ର ରାଉତ ଓ ଗୁରୁ ବିଜୟ କୁମାର ଜେନା ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି କ୍ଷୀରୋଦ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର