ବିରଳ କଇଁଛ ରଖିଲେନି, ନିରାଶ ହେଲେ ବୋଲବମ ଭକ୍ତ

ବାରଙ୍ଗ : ଆଶା ନେଇ ସୁଦୂର କେନ୍ଦୁଝରର ଜଣେ ବୋଲବମ୍ ଭକ୍ତ ଅପରାହ୍ନରେ ନନ୍ଦନକାନନକୁ ଆସିଥିଲେ। ସାଥୀରେ ଆଣିଥିଲେ  ଉଦ୍ଧାର କରିଥିବା ଏକ ଷ୍ଟାର କଇଁଛକୁ। ଭାବିଥିଲେ କଇଁଛଟିକୁ ଦେଇ ପୁଣ୍ୟ ଅର୍ଜନ କରିବେ। ନନ୍ଦନକାନନ ଜନ୍ତୁ ବିଭାଗ ରେଞ୍ଜ ଅଫିସରଙ୍କୁ ସାକ୍ଷାତ  କରିବାକୁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେ ନଥିବାରୁ ଉପ ନିର୍ଦେଶକଙ୍କୁ ସାକ୍ଷାତ କରି କଇଁଛଟିକୁ ନନ୍ଦନକାନନରେ ରଖିବାକୁ କହିଥିଲେ। ଉପନିର୍ଦେଶକ ମନାକରିବାରୁ ନିରାଶ ହୋଇ ଫେରିଗଲେ।

ଉଦ୍ଧାର କଇଁଛଟି ବିଲୁପ୍ତ ପ୍ରାୟ ବିରଳ ପ୍ରଜାତିର ଭାରତୀୟ ଷ୍ଟାର କଇଁଛ ବା ତାରକା କଇଁଛ। ତା ପିଠି ଖୋଳପାରେ ତାରକା ସଦୃଶ ଚିତ୍ରିତ ହୋଇଥିବାରୁ ନାମକରଣ ଏପରି ରଖାଯାଇଛି। ଏମାନେ ଭାରତ, ଶ୍ରୀଲଙ୍କା ଓ ପାକିସ୍ତାନର କଠିନ ଶୁଷ୍କ ବୁଦାଳିଆ ଜଙ୍ଗଲ ଅଞ୍ଚଳରେ ଦେଖିବାକୁ ମିଳନ୍ତି। ଏହି ପ୍ରଜାତିକୁ ବିପଦରେ ଥିବା ପ୍ରାଣୀ ବଂଶ ତାଲିକାଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର