‌ଆରମ୍ଭ ହେଲା ‘ନୃତ୍ୟାଞ୍ଜଳି’

ଭୁବନେଶ୍ବର: ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କ ବନ୍ଦନାରୁ ଆରମ୍ଭ ହୋଇଥିଲା ନୃତ୍ୟ ଉତ୍ସବ। ଏହା ପରେ ପରେ ମଙ୍ଗଳାଚରଣ, କି ସୁନ୍ଦର ଆହା…, ଚନ୍ଦନ ଚର୍ଚ୍ଚିତ, ବଂଶୀ ଅନୁରାଗ ଆଦି ଶାସ୍ତ୍ରୀୟ ନୃତ୍ୟ ସହ ପଲ୍ଲୀ ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା। ଅବସର ଥିଲା ‘ଦେବଦାସୀ’ ନୃତ୍ୟାନୁଷ୍ଠାନର ୧୫ତମ ବାର୍ଷିକ ନୃତ୍ୟ ମହୋତ୍ସବ ‘ନୃତ୍ୟାଞ୍ଜଳି’। ଆଜି ରବୀନ୍ଦ୍ର ମଣ୍ଡପଠାରେ ଆରମ୍ଭ ହୋଇଥିବା ଏହି ଉତ୍ସବରେ ଗୁରୁ ରତିକାନ୍ତ ମହାପାତ୍ର, ଅବସରପ୍ରାପ୍ତ କର୍ଣ୍ଣେଲ ବାଇଧର ବିହାରୀ ଓ ଡା. ସଚ୍ଚିକାନ୍ତ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ଦେବୁବ୍ରହ୍ମା ଓ ସମ୍ପାଦିକା ରୋଜାଲିନ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର