‘ଲୋଟସ୍ ଲ୍ୟାଣ୍ଡ: ଦ ସିକ୍ରେଟ୍ସ ଅଫ୍ ପଦ୍ମକ୍ଷେତ୍ର’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ତ୍ରୟୋଦଶ ଶତାବ୍ଦୀରେ କଳିଙ୍ଗର ଦେବାଦେବୀ, ମନ୍ଦିର , ଏହାର କଳାକୃତି ଓ କାରୁକାର୍ଯ୍ୟ ନିର୍ମାଣକୁ ନେଇ ତରୁଣ ଲେଖକ ଭୁବନ ପାତ୍ରଙ୍କ ‘‘ଲୋଟସ୍ ଲ୍ୟାଣ୍ଡ: ଦ ସିକ୍ରେଟ୍ସ ଅଫ୍ ପଦ୍ମକ୍ଷେତ୍ର’’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ହୋଟେଲ୍ ନ୍ୟୁ ମାରିଅନ୍‌ରେ ଅନୁଷ୍ଠିତ ପୁସ୍ତକ ଲୋକାର୍ପଣ ସଭାରେ ମୁଖ୍ୟ ଅତିଥି ବିଶିଷ୍ଟ କବି ହର ପ୍ରସାଦ ଦାସ, ସମ୍ମାନିତ ଅତିଥି ଭାବେ କାଦମ୍ବିନୀର ସଂପାଦିକା ଇତି ସାମନ୍ତ ଓ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ ଉପସ୍ଥିତ ଥିଲେ। ଏହି ପୁସ୍ତକରେ ବିଶୁ ମହାରଣାଙ୍କ ଜୀବନୀ ତଥା ତାଙ୍କ ପୁଅ ଧରମାର ୧୨ଶହ ବଢ଼େଇଙ୍କ ଜୀବନ ପାଇଁ ପ୍ରାଣତ୍ୟାଗ କରିଥିବା ସମ୍ବନ୍ଧରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର