‘ଦି ଆଇଡେଣ୍ଟିଟି ଅଫ୍ ଓଡ଼ିଶା’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ରାଜଭବନରେ ଅଧ୍ୟାପକ ଡ. ଶୁଭ୍ରାଂଶୁ ପଟ୍ଟନାୟକଙ୍କ ରଚିତ ପୁସ୍ତକ ‘‘ଦି ଆଇଡେଣ୍ଟିଟି ଅଫ୍ ଓଡ଼ିଶା (୧୯୦୦-୫୬)’’ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି।

ପୁସ୍ତକରେ ଓଡ଼ିଶାର ବୀର ଏବଂ ଓଡ଼ିଶାର ଆର୍ଥିକ, ଶିକ୍ଷା, ସଂସ୍କାର ବିଷୟରେ ଆଲୋକପାତ କରାଯାଇଛି। ଏହି ଅବସରରେ ବରଗଡ଼ରୁ ପ୍ରକାଶିତ ପାକ୍ଷିକ ପତ୍ରିକା ‘କୋଶଳ ଟାଇମ୍‌’ର ସଂପାଦକ ସଞ୍ଜୀବ ମହାପାତ୍ର ଓ ଅଧ୍ୟାପିକା ଅନୁସ୍ମିତା ରାୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର