ବକୁଳ ଫାଉଣ୍ଡେସନ୍‌କୁ ‘ଦ ମୋଷ୍ଟ୍‌ ଇନୋଭେଟିଭ୍‌ ଲାଇବ୍ରେରି’ ପୁରସ୍କାର

ଭୁବନେଶ୍ବର: ‘ବକୁଳ ଫାଉଣ୍ଡେସନ୍‌’କୁ ହାଇଦ୍ରାବାଦସ୍ଥିତ ‘ଫୁଡ୍‌ ଫର୍‌ ଥଟ୍‌’ ଅନୁଷ୍ଠାନ ପକ୍ଷରୁ ଇଣ୍ଡିଆନ୍‌ ରିଡିଂ ଅଲିମ୍ପିଆଡ୍‌ ତଥା ‘ଦି ମୋଷ୍ଟ୍‌ ଇନୋଭେଟିଭ୍ ଲାଇବ୍ରେରି’ ପୁରସ୍କାର ପ୍ରଦାନ କରାଯାଇଛି। ଗତ ରବିବାର ହାଇଦ୍ରାବାଦରେ ଅନୁଷ୍ଠିତ ଲିଟେରାରି ଫେଷ୍ଟିଭାଲ୍‌ରେ ଇଣ୍ଡିଆନ୍ ରିଡିଙ୍ଗ ଅଲିମ୍ପିଆଡ୍‌ର ୫ମ ସଂସ୍କରଣରେ ବକୁଳ ଫାଉଣ୍ଡେସନ୍‌ର ପ୍ରତି‌ଷ୍ଠାତା ସୁଜିତ ମହାପାତ୍ର ଓ ଦୁଇଜଣ ସ୍ୱେଚ୍ଛାସେବୀ ନୀଳାଞ୍ଜନା ଦାସ ଓ ଦେବଜ୍ୟୋତି ବେଜ୍ ଏହି ପୁରସ୍କାର ଗ୍ରହଣ କରିଥିଲେ।

ବକୁଳ ଫାଉଣ୍ଡେସନ୍ ଏକମାତ୍ର ଅନୁଷ୍ଠାନ, ଯାହା ଅଭିନବ ପାଠାଗାର ଓ ସର୍ବଶ୍ରେଷ୍ଠ ସାମାଜିକ ଅନୁଷ୍ଠାନ ବିଭାଗରେ ଚୟନ ହୋଇପାରିଥିଲା। ଅନୁଷ୍ଠାନ ପକ୍ଷରୁ ଏକାମ୍ର ହାଟରେ ଏକ ପୁରୁଣା ଫ୍ରିଜ୍‌ରେ ପାଠଗାର, ଫରେଷ୍ଟ୍‌ ପାର୍କରେ ଏକ ଗଛରେ ଓ କଳାଭୂମିରେ ଏକ ପୁରୁଣା ବସ୍‌ରେ ଜଗୁଆଳ ବିହୀନ ପାଠାଗାର ଖୋଲି ସମସ୍ତଙ୍କୁ ପଢ଼ା ପ୍ରତି ଆକୃଷ୍ଟ କରିପାରିଛି। ଏହା ବିଚାରକମାନଙ୍କୁ ଖୁବ୍ ପ୍ରଭାବିତ କରିପାରିଛି ବୋଲି ଫୁଡ୍‌ ଫର୍‌ ଥଟ୍‌ର ନିର୍ଦ୍ଦେଶକ ମାଧବୀ ଶର୍ମା କହିଛନ୍ତି। ସେହିଭଳି ବୁକ୍ କ୍ଲବ୍ ବିଭାଗରେ ‘ଦି ଭୁବନେଶ୍ୱର ବୁକ୍‌ ରିଡିଙ୍ଗ କ୍ଲବ୍’ ମନୋନୀତ ହୋଇଥିଲା ଓ ରିୟାଦ୍ ମରୁଫ୍ ହସନ୍ କେବଳ ପିଲାଙ୍କ ଦ୍ୱାରା ପ୍ରସ୍ତୁତ ଐତିହାସିକ ୱେବ୍‌ସିରିଜ୍‌ ପାଇଁ ଆଇ ଆମ୍ ବଣ୍ଡ୍ ପାଇଁ ମନୋନୀତ ହୋଇଥିଲା।

ସମ୍ବନ୍ଧିତ ଖବର