ନାଇଟ୍‌ କର୍ଫ୍ୟୁକୁ ଫୁ’ କରୁଛି ବାଲିଗାଡ଼ି

3

ଚନ୍ଦ୍ରଶେଖରପୁର: ରାଜଧାନୀରେ ରାତି ୯ଟାରୁ ସକାଳ ୫ଟା ଯାଏ ଲାଗୁ ହୋଇଛି ନାଇଟ୍‌ କର୍ଫ୍ୟୁ। ରାତି ସାରା ପୁଲିସ ପଇଁତରା ମାରୁଛି। କିନ୍ତୁ ବାଲି ବୋଝେଇ ଗାଡ଼ିକୁ ସବୁ ଛାଡ୍‌। ସେମାନେ ରାତି ସାରା ରାଜଧାନୀର ଛାତିରେ ବେଧଡ଼କ ଚାଲିଛନ୍ତି। ପୁଲିସ ଆଖି ଆଗରେ ସେମାନେ ଚାଲିଥିଲେ ବି ସେମାନଙ୍କୁ ଅଟକାଇବାକୁ କେହି ନାହିଁ।

ତ୍ରିଶୁଳିଆସ୍ଥିତ ବିଭିନ୍ନ ବାଲିଘାଟରୁ ହାଇୱା ଯୋଗେ ବାଲି ବୁହା ଚାଲିଛି। ବେଆଇନ ଘାଟ କେବଳ ରାତିରେ ଚାଲୁଥିବାରୁ ଗାଡ଼ିଗୁଡ଼ିକ ରାତାରାତି ରାଜଧାନୀର ବିଭିନ୍ନ ବାଲି ଡି‌ପୋକୁ ବୋହୁଛନ୍ତି। ଏହି ବେଆଇନ ଚାଲାଣ ଦିନରେ ସମ୍ଭବ ହେଉନଥିବାରୁ ରାତିରେ ବୁହା ଚାଲିଛି। ବାରଙ୍ଗ ଓ ନନ୍ଦନକାନନ ଥାନା ରାସ୍ତାରେ ଏହି ଗାଡ଼ିଗୁଡ଼ିକ ରାଜଧାନୀକୁ ପ୍ରବେଶ କରିବା ପରେ ଇନ୍‌ଫୋସିଟି ଥାନା, ଚନ୍ଦ୍ରଶେଖରପୁର ଥାନା, ମଞ୍ଚେଶ୍ବର ଥାନା, ନୂଆପଲ୍ଲୀ ଥାନା ଓ ଖଣ୍ଡଗିରି ଥାନା ଦେଇ ଯାତାୟାତ କରନ୍ତି। ବାଟ ସାରା ପୁଲିସ ଅଛି, କିନ୍ତୁ କେହି ଅଟକାଉ ନାହାନ୍ତି। ତେଣୁ ବାଲି ମାଫିଆ ଓ ପୁଲିସର ମଧୁଚନ୍ଦ୍ରିକାକୁ ନେଇ ଜୋର୍‌ଦାର୍ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର