‘ଆଳାପ’ର ତୃତୀୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର: ‘ଆଳାପ’ର ତୃତୀୟ ବାର୍ଷିକ ଉତ୍ସବ ଆଜି ଉତ୍କଳ ରଙ୍ଗମଞ୍ଚଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶୀ ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ କୁମାର ରଥ ମୁଖ୍ୟଅତିଥି, ପ୍ରଫେସର୍‌ ରାମହରି ଦାସ ମୁଖ୍ୟ ବକ୍ତା, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୁରୁ ବିଜୟ କୁମାର ଜେନା ସମ୍ମାନିତ ଅତିଥି ଓ ଶ୍ରୀମେଟାଲିକ୍ସ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ନଳିନୀ ଅଗ୍ରୱାଲ, ସମାଜସେବୀ ହୈମବତୀ ରାଉତ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଅନୁଜା ତାରିଣୀ ମିଶ୍ରଙ୍କ ସଂଯୋଜନାରେ ଜାତୀୟ ଓ ଅର୍ନ୍ତଜାତୀୟ କଣ୍ଠଶିଳ୍ପୀମାନେ ଓଡ଼ିଶୀ ଭଜନ, ଛାନ୍ଦ ଓ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଗୁଜରାଟର ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁପ୍ରଭା ମିଶ୍ରଙ୍କୁ ‘ସ୍ବର୍ଗତ ଶରତ ମହାପାତ୍ର ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ସଭାପତି ବଦ୍ରିନାରାୟଣ ମହାନ୍ତି ସ୍ବାଗତ ଭାଷଣ ଓ ସଂପାଦକ ଗୁରୁ ନିମାକାନ୍ତ ରାଉତରାୟ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର