ଦଳିତ ଆଦିବାସୀଙ୍କ ଉପରେ ଅତ୍ୟାଚାର ବିରୋଧରେ ପ୍ରତିବାଦ

ଭୁବନେଶ୍ବର: ଦଳିତ ଓ ଆଦିବାସୀ ବର୍ଗର ମହିଳାଙ୍କ ଉପରେ କ୍ରମାଗତ ଭାବରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ଏଣେ ନ୍ୟାୟ ମିଳିବାରେ ମଧ୍ୟ ଅହେତୁକ ବିଳମ୍ବ ହେଉଛି। ପୁଲିସର ଦୁର୍ବଳ ତଦନ୍ତ ମହିଳାମାନଙ୍କୁ ନ୍ୟାୟ ଦେବାରେ ସଫଳ ହେଉ ନାହିଁ। ଏଣୁ ଆଗକୁ ଜନଆନ୍ଦୋଳନ ହେବ ବୋଲି ଆହ୍ବାନ ଦେଇଛି ଜାତୀୟ ଦଳିତ ଆଦିବାସୀ ମହାସଂଘ। ୫ ହଜାରରୁ ଊର୍ଦ୍ଧ୍ବ ମହିଳାଙ୍କୁ ‌ନେଇ ଆଜି ମହାସଂଘ ମାଷ୍ଟର କ୍ୟାଣ୍ଟିନ୍‌ରେ ଶୋଭାଯାତ୍ରା କରିବା ସହ ବିକ୍ଷୋଭ ସଭା ଆୟୋଜନ କରିଥିଲା। ସଭାପତି ଅଶୋକ ଭାରତୀଙ୍କ ଅଧ୍ୟକ୍ଷତାରେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ପିସିସି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଅମିତା ବିଶ୍ବାଳ, ସଂଗଠନର ରାଜ୍ୟ ସଭାପତି ଲିଟୁ ଦାସ, ଉପସଭାପତି ପ୍ରକାଶ ପ୍ରଧାନ, ରାଜ୍ୟ ସମ୍ପାଦିକା ଟିକିନା ପରିଡ଼ା, ରାଜ୍ୟ ସଭାନେତ୍ରୀ କବିତା ଭୋଇ, ପୀତବାସ ନାୟକ, ଅଶୋକ ଭୋଇ, ଜଗନ୍ନାଥ ଭୋଇ, ପ୍ରକାଶ ଭୋଇ, ବିଜୟ ଭୋଇ, ବୈକୁଣ୍ଠ ମାଝି, ଜୟଦେବ ବେହେରା, ମିନତୀ ବେହେରା, ଯୁଧିଷ୍ଠିର ବେହେରା, ସୁଷମା ବେହେରା, ସବ୍ୟସାଚୀ ମୁଦୁଲି, ରମେଶ ବେହେରା, ସୁକାନ୍ତ ମଲ୍ଲିକ, ପ୍ରକାଶ ବେହେରା ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର