ରାଜଧାନୀରୁ ଚିହ୍ନଟ ହେଲେ ୩୧୭ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୩୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛନ୍ତି।

 

ଆଜି ଚିହ୍ନଟ ହୋଇଥିବା ୩୧୭ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୪ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଥିବା ବେଳେ ୨୪୩ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ଏଯାବତ କରୋନା ମାମଲା ୯୧୯୫୮ରେ ପହଞ୍ଚିଛି। ସେହିପରି ୯୦୩୨୯ଜଣ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ମାମଲା ଆହୁରି ୧୧୨୮ ରହିଛି। ଦୁଃଖର କଥା ଏଯାବତ କରୋନାରେ ଆକ୍ରାନ୍ତ ହୋଇ ୪୮୦ଜଣଙ୍କ ମୃତ୍ୟୁ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ମଙ୍ଗଳବାର ସୂଚନା ଦେଇଛି।

ସମ୍ବନ୍ଧିତ ଖବର