ୟୁଏସ୍‌ବିଏମ୍‌ ପକ୍ଷରୁ ରକ୍ତଦାନ ଶିବିର ୧୯ରେ

ଭୁବନେଶ୍ୱର: ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ଓଡ଼ିଶାର ଅଗ୍ରଣୀ ମ୍ୟାନେଜ୍‌ମେଣ୍ଟ କଲେଜ୍‌ ‘ୟୁନାଇଟେଡ଼୍‌ ସ୍କୁଲ ଅଫ୍‌ ବିଜିନେସ୍‌ ମ୍ୟାନେଜ୍‌ମେଣ୍ଟ’ ପକ୍ଷରୁ ଏକ ସ୍ୱେଚ୍ଛା ରକ୍ତଦାନ ଶିବିର ଆସନ୍ତା ୧୯ ତାରିଖରେ କଲେଜ୍‌ ପରିସର ମଧ୍ୟରେ ଅନୁଷ୍ଠିତ ହେବ। ସମ୍ବାଦ-ଆମ ଓଡ଼ିଶାର ସହାୟତାରେ ଆୟୋଜିତ ହେବାକୁ ଯାଉଥିବା ଏହି ରକ୍ତଦାନ ଶିବିର ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କଲେଜ୍‌ର ଏକାଡେମିକ୍‌ ଆଡଭାଇଜର୍‌ ଡ. କାହ୍ନଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପ୍ରିନ୍‌ସିପାଲ ଡ. ଅଜିତ କୁମାର ସାହୁ ଓ ଅନ୍ୟ ସହକର୍ମୀମାନଙ୍କୁ ମଧ୍ୟରୁ ସମୀର କୁମାର ପାତ୍ର, ସୁବ୍ରତ ରାଉତ ଓ କୈଳାସ ନାୟକ ଏବଂ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀ ଓ ହରେକୃଷ୍ଣ ପ୍ରଧାନ ଉପସ୍ଥିତ ରହି ରକ୍ତଦାନ ଶିବିରର ସୁପରିଚାଳନା ସଂପର୍କରେ ଆଲୋଚନା କରିଥିଲେ। ପାଠପଢ଼ା ସହିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରକ୍ତଦାନ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଶିବିରର ଆୟୋଜନ କରାଯାଉଥିବା ଡ. ସ୍ୱାଇଁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର