ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୱାର୍ଡ ନଂ ୬୦ ଏବଂ ୫୪ରେ ପ୍ରାୟ ୮୭ ଲକ୍ଷ ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶୁଭାରମ୍ଭ କରିଛନ୍ତି। ପୁରୁଣା ଭୁବନେଶ୍ବର ପରକରଣ ସାହି ଠାରୁ ଲିଙ୍ଗରାଜ ନଗର ପର୍ଯ୍ୟନ୍ତ ଏକ ନୂତନ ରାସ୍ତାକୁ ଉଦ୍‌ଘାଟନ କରିବା ସହ ନାରାୟଣୀ ମନ୍ଦିର ନିକଟରୁ କଲ୍ୟାଣ କ୍ଲବ, ଦୁଲାଦେବୀ ମନ୍ଦିର ଠାରୁ ଲିଙ୍ଗରାଜ ନଗର ସମ୍ମୁଖ ଦେଇ ଅର୍ଦ୍ଧନାରିଶ୍ୱର ମନ୍ଦିର ପର୍ଯ୍ୟନ୍ତ, ମଙ୍ଗଳା ମନ୍ଦିର ନିକଟ ପେଭର୍ ବ୍ଲକ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେହିପର ୱାର୍ଡର ନଂ ୫୪ର ଦର୍ଜି ସାହି, ବଣିଆ ସାହି, ମଙ୍ଗଳା ସାହି, ଜମେଶ୍ୱର ପାଟଣା ଅଂଶ, ବଡ଼ୁ ସାହି ଏବଂ କୁଞ୍ଜପାଟଣା ଲେନ୍ ପ୍ରଭୃତି ପେଭର ବ୍ଲକ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥା, ବରିଷ୍ଠ ନାଗରିକ ଭାଗିରଥୀ ମହାସୁଆର, ଡ. ସୁରେଶ ବାରିକ, ମନୋଜ କୁମାର ବେହେରା, ସମାଜସେବୀ ଦାଶରଥୀ ଗରାବଡୁ, ଗୌରମୋହନ ଦାସ, ପ୍ରଶାନ୍ତ ସମର୍ଥା, ବିରଞ୍ଚି ପତି, ଜିତେନ୍ ବଟୁ, ବେଣୁଧର ପାତ୍ର, ସୁବ୍ରତ ଦାସ, ଅଶୋକ ଆଚାର୍ଯ୍ୟ, ସତ୍ୟେନ୍ଦ୍ର ବୋଷ, ଲୋକନାଥ ଦାସ, ଅଭିନବ ଦାସ, ପ୍ରଭାସ ସୁନ୍ଦରାୟ, ଅମୂଲ୍ୟ ସମର୍ଥା, ଧୀରେନ ପଟ୍ଟନାୟକ,ବାବୁଲି ଜେନା, ସୁବାସ ପଟ୍ଟନାୟକ, ନବା ବଟୁ, ଲିତାଞ୍ଜଳି, ନଳିନୀ ପ୍ରଭା ସମର୍ଥା, ପ୍ରତିଭା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର