ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ କର୍ମଶାଳା

ଖଣ୍ଡଗିରି: ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ମିଳିତ ଆନୁକୂଲ୍ୟରେ ବାହ୍ୟ ପ୍ରସାରଭିତ୍ତିକ ବିଜ୍ଞାନ କର୍ମଶାଳା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଅନନ୍ତା ଶତପଥୀ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ କରୁଣାକର ନନ୍ଦ, ସମ୍ମାନିତ ଅତିଥି ଭାବେ ଉଚ୍ଚଶିକ୍ଷା ବିଭାଗର ସହ ନିର୍ଦ୍ଦେଶକ ରଜତ କୁମାର ମାନସିଂହ, ମୁଖ୍ୟବକ୍ତା ଭାବେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀ ସଚ୍ଚୀନ୍ଦ୍ରନାଥ ଷଡ଼ଙ୍ଗୀ, ବିଶ୍ବଜିତ୍ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ଅଧ୍ୟାପକ ପ୍ରଦୀପ କୁମାର ମହାପାତ୍ର ଅତିଥି ପରିଚୟ ଓ ସୁବୋଧ କୁମାର ଜଗଦେବ ଧନ୍ୟବାଦ ଦେଇଥିଲେ।

ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରମୋଦ କୁମାର ସାମଲ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମକୁ ନିତ୍ୟାଶ୍ରୀ ପରିଚାଳନା କରିଥିଲେ। ପ୍ରାଧ୍ୟାପକ ଗଦାଧର ସାହୁ, ଉପେନ୍ଦ୍ର କୁମାର ବାରିକ, ଶିବ ପ୍ରାସଦ ପାଢ଼ୀ, ଜ୍ଞାନେନ୍ଦ୍ର ଶତପଥୀ, ଦେବବ୍ରତ ଦ୍ବିବେଦୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର