ଭୁବନେଶ୍ବର : ମହିଳାଙ୍କୁ ଆକ୍ରମଣ, ଯୁବକ ଗିରଫ

ଘରେ ପଶି ଗଣ୍ଡଗୋଳ, ଯୁବକ ଗିରଫ

ଭୁବନେଶ୍ବର : ମହିଳାଙ୍କୁ ଆକ୍ରମଣ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ବାୟାବାବା ମଠବସ୍ତିର କାଳନ୍ଦୀ ପରିଡ଼ା(୩୧)କୁ ଗିରଫ କରିଛି। ଗୁରୁବାର ସନ୍ଧ୍ୟାରେ କାଳନ୍ଦୀ ସତ୍ୟନଗର ‌କାଳୀମନ୍ଦିର ନିକଟ ସବିତା ବେହେରାଙ୍କ ଦୋକାନକୁ ଯାଇଥିଲା। ତେବେ ଖାଇବା ବାବଦକୁ ଟଙ୍କା ଦେବାକୁ ନେଇ ସବିତାଙ୍କ ସହ ସେ ଯୁକ୍ତିତର୍କ କରିଥିଲା। କାଳନ୍ଦୀ ରାଗିଯାଇ ସବିତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲା। ଏନେଇ ସବିତା ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ।

ଘରେ ପଶି ଗଣ୍ଡଗୋଳ, ଯୁବକ ଗିରଫ
ଚନ୍ଦ୍ରଶେଖରପୁର : ନୀଳାଦ୍ରିବିହାର ଅଞ୍ଚଳରେ ରହୁଥିବା ଜଣେ ଯୁବକଙ୍କ ଘରେ ପଶି ଗଣ୍ଡଗୋଳ କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଆଜି ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲା, ପ୍ରଶାନ୍ତି ବିହାରର ସମ୍ବିତ ପ୍ରହରାଜ(୩୮)। ପୁଲିସ ସୂଚନା ଅନୁଯାୟୀ, ନୀଳାଦ୍ରିବିହାର ବସ୍ତିର ଦୁର୍ଗାକିଙ୍କର ଘରେ ନଥିବା ବେଳେ ସମ୍ବିତ ତାଙ୍କ ଘରେ ପଶି ତାଙ୍କ ପତ୍ନୀଙ୍କ ସହ ବଚସା ଓ ପରେ ଗଣ୍ଡଗୋଳ କରିଥିଲା। ଏନେଇ ଦୁର୍ଗାକିଙ୍କର ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର