ବଜ୍ରପାତରେ ଯୁବକ ମୃତ

କାର୍‌ ଧକ୍କା‌ରେ ଯୁବକଙ୍କ ମୃତ୍ୟୁ, ୨ ଗୁରୁତର

ବାଲିଅନ୍ତା : ବଜ୍ରପାତରେ ବାଳକାଟି ଫାଣ୍ଡି ଅଧୀନ ରଥିଜେମା(୮୦ ଘର ସାହି)ର ଦଣ୍ଡପାଣି ସାହୁଙ୍କ ପୁଅ ରଂଜନ(୩୦)ଙ୍କ ମୃତ୍ୟୁ ହୋଇଯାଇଛି। ବୁଧବାର ରାତିରେ କାଳବୈଶାଖୀ ବର୍ଷା ପବନ ସହ ବଜ୍ରପାତ ହେବାରୁ ପପୁ ବେହୋସ ହୋଇ ତଳେ ପଡ଼ିଯାଇଥିଲେ। ଚିକିତ୍ସା ଲାଗି ତାଙ୍କୁ ବରମୁଣ୍ଡା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପପୁ ଭାଇବ୍ରେଟର୍‌ ଚଳାଇ ପୁରୁଣା ଘର ଛାତ ଭଙ୍ଗାରୁଜା କାମ କରନ୍ତି। ଗତକାଲି ସେ କାମ କରୁଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା। ଏଥିରେ ସେ ଗୁରୁତର ହୋଇପଡ଼ିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ମଧ୍ୟାହ୍ନରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କର ୭ ବର୍ଷର ଗୋଟିଏ ପୁଅ ଅଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

କାର୍‌ ଧକ୍କା‌ରେ ଯୁବକଙ୍କ ମୃତ୍ୟୁ, ୨ ଗୁରୁତର

ଭୁବନେଶ୍ବର : ବୁଧବାର ବିଳମ୍ବିତ ରାତିରେ ସିଆର୍‌ପି ଛକ ନିକଟରେ ହୋଇଥିବା ଏକ ଦୁର୍ଘଟଣାରେ ଜଣେ ଯୁବକ ପ୍ରାଣ ହରାଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଅଞ୍ଚଳର ସଂଜୟ ପଣ୍ଡା (୩୪)। ଆହତ ଯୁବକଦ୍ବୟ ହେଲେ, ସଂଜୟଙ୍କ ସାଙ୍ଗ ଦିନବନ୍ଧୁ ଓ କାର୍‌ ଚାଳକ ସନ୍ଦୀପ ଖୁଣ୍ଟିଆ। ଉଭୟ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦିନବନ୍ଧୁଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସଞ୍ଜୟ ନାଲ୍‌କୋ ଛକସ୍ଥିତ ଆର୍‌ସିଏମ୍‌ କଲେଜ ନିକଟ ଜଗନ୍ନାଥ ମନ୍ଦିରର ପୂଜକ। ସେ ଓ ଦିନବନ୍ଧୁ ଗତକାଲି ରାତି ପ୍ରାୟ ୧୨ଟା ବେଳେ ବରମୁଣ୍ଡାରୁ ଫେରୁଥିବା ବେଳେ ସିଆର୍‌ପି ଛକ ନିକଟରେ ଏକ ୱାଗନର୍‌ କାର୍‌ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ନୂଆପଲ୍ଲୀ ପୁଲିସ ୩ଜଣଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ୍‌‌‌ରେ ଭର୍ତ୍ତି କରାଇଥିଲା। ସେଠାରେ ଡାକ୍ତର ସଞ୍ଜୟଙ୍କୁ ମୃତ‌ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର