ମୃତ୍ୟୁ ଏମିତି ବି ଆସେ : ନିଦ ବାଉଳାରେ ପାଣି ଭାବି ବିଷ ପିଇଦେଲେ

ଖଣ୍ତଗିରି : ନିଦ ବାଉଳାରେ ପାଣି ଭାବି ବିଷ ପିଇଦେବାରୁ ଶିରିପୁର ଫାର୍ମଗେଟ୍‌ ବସ୍ତିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ଥାନୀୟ ତ୍ରିନାଥବସ୍ତିର ପବିତ୍ର ବାରିକ(୪୨)। ତାଙ୍କ ଘର ଖୋର୍ଧା ବେଗୁନିଆ ଥାନା ଗଡ଼ନୟାପଲ୍ଲୀ ଓ ସେ ଏହି ବସ୍ତିରେ ରହି କୃଷି ଶ୍ରମିକଭାବେ କାମ କରୁଥିଲେ। ଗତ ୮ ତାରିଖ ରାତିରେ ସେ ଘରେ ଖିଆପିଆ ସାରି ଶୋଇଥିଲେ। ମୁଣ୍ତ ପାଖରେ ପାଣି ବୋତଲ ଓ ସକାଳୁ ବାଇଗଣ ପଟାଳିରେ ଔଷଧ ପକାଇବା ପାଇଁ ଆଣିଥିବା ଔଷଧ ବୋତଲକୁ ରଖିଥିଲେ। ଭୋର‌୍‌ ସମୟରେ ସେ ନିଦରୁ ଉଠି ପାଣି ବଦଳରେ ଔଷଧ ବୋତଲକୁ ମୁହଁରେ ଲଗାଇଦେଇଥିଲେ। ଦୁଇ ଢେ଼ାକ ପିଇଦେବା ପରେ ସେ ଜାଣି ପକାଇଲେ ଯେ ସେ ବାଇଗଣ ଔଷଧ ପିଇଦେଲେ। ତେଣୁ ସେ ତୁରନ୍ତ ପରିବାର ଲୋକଙ୍କୁ ଜଣାଇଥିଲେ ଓ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା। ପରେ ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଆଜି ସକାଳେ ସେ ଆଖି ବୁଜିଦେଇଥିଲେ।

ସମ୍ବନ୍ଧିତ ଖବର