‘ଯୁବଶକ୍ତି ହିଁ ଏକତା, ସଦ୍‌ଭାବନାର ବାର୍ତ୍ତାବହ’

ବିଶିଷ୍ଟ ଗାନ୍ଧିବାଦୀ ଡ. ଏସ୍‌ ଏନ୍‌ ସୁବାରାଓଜୀଙ୍କ ଶାନ୍ତି ସଦ୍‌ଭାବନା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଯୁବଶକ୍ତି ହିଁ ଏକତା, ଶାନ୍ତି ଓ ସଦ୍‌ଭାବନା ପ୍ରକୃତ ବାର୍ତ୍ତାବହ। ସ୍ଥାନୀୟ ବାହାଇ ଭବନରେ ଅନୁଷ୍ଠିତ ଶାନ୍ତି ସଦ୍‌ଭାବନା କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ବିଶିଷ୍ଟ ଗାନ୍ଧିବାଦୀ ଓ ରାଷ୍ଟ୍ରୀୟ ଯୁବ ପ୍ରକଳ୍ପର ପ୍ରତିଷ୍ଠାତା ଡ. ଏସ୍‌ ଏନ୍‌ ସୁବାରୋଓଜୀ। ସମାବେଶରେ ଯୋଗଦେଇ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ସେବା କ୍ଷେତ୍ରରେ ଯୁବଶକ୍ତିକୁ ପ୍ରେରିତ କରିବା ଓ ସେମାନଙ୍କ କୌଶଳ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ମହିଳା ଓ ଶିଶୁ କଲ୍ୟାଣ ତଥା ସାମାଜିକ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଦେଶର ଏକତାରେ ମହିଳାଙ୍କ ସମ୍ପୃକ୍ତି ଓ ସହଯୋଗ ଉପରେ ଆଲୋକପାତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଡ. ଭଗବାନ ପ୍ରକାଶ, ଉଚ୍ଚଶିକ୍ଷା ସଚିବ ଜି ଭି ଭି ଶର୍ମା, ପ୍ରଫେସର ଡ. ରମଣା, ପୂର୍ବତନ ସୂଚନା କମିସନର ଜଗଦାନନ୍ଦ, ଅର୍ଚ୍ଚନା କାକର, ନନ୍ଦିଆ ମୋଗ୍‌ବେଲ୍‌ପୁର, ରାଜ୍ୟ ବାହାଇ ପରିଷଦର ସମ୍ପାଦକ ରିଆଜ୍‌ ମୋତାଲବି, ଡ. ଚିଦାମ୍ବିକା, ପ୍ରବୀର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ମହିଳା ସଶକ୍ତୀକରଣ ଓ ନାରୀ ଶିକ୍ଷା କ୍ଷେତ୍ରରେ ଶ୍ରାବଣୀଙ୍କ ନାମରେ ଏକ ନୂତନ ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ପ୍ରାରମ୍ଭରେ ‘ଭାରତ କି ସନ୍ତାନ’ ପ୍ରଦର୍ଶିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟିକୁ ଜାତୀୟ ଯୁବ ପ୍ରକଳ୍ପ ‘ନେହେରୁ ଯୁବ କେନ୍ଦ୍ର ସଂଗଠନ’, ‘ଜାତୀୟ ସେବା ଯୋଜନା’, ‘ରାଜ୍ୟ ବାହାଇ ପରିଷଦ’, ‘ପିପୁଲସ୍‌ ଫୋରମ୍‌’, ‘କିସ୍‌’ ଏବଂ ‘ଗାନ୍ଧୀ ବିଚାର ଅଭିଯାନ’ର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଇଂ. ସୂର୍ଯ୍ୟ ରଥ ସଭାପତିତ୍ୱ କରିଥିଲେ। ପ୍ରାରମ୍ଭରେ ମଧୁସୂଦନ ଦାସ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ସୂର୍ଯ୍ୟପ୍ରକାଶ ଦାସ ଧନ୍ୟବାଦ ଅର୍ପଣ କରଥିଲେ। ଶ୍ରୀ ସୋମ୍‌, ଆଦର୍ଶକୁମାର, ଜ୍ୟୋତ୍ସ୍ନା ସାହୁ, ଆଭା, ମୋନା, ଦେବଜାନୀ ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର