ଏହି ଲୋକସଭାରେ ସର୍ବାଧିକ ମହିଳା ସାଂସଦ ନିର୍ବାଚିତ ହୋଇ ଆସିଛନ୍ତି : ମୋଦି

ନୂଆଦିଲ୍ଲୀ : ରାଜ୍ୟ ସଭାରେ ଆଜି ୨୦୧୯-୨୦ର କାମଚଳା ବଜେଟ ଆଗତ ହୋଇଯାଇଛି । ଏହା ହେଉଛି ମୋଦି ସରକାରଙ୍କ ୬ଷ୍ଠ ଓ ଶେଷ ବଜେଟ । ଅନ୍ୟପକ୍ଷରେ ଆଜି ଲୋକସଭାରେ ଚାଲିଥିବା ବଜେଟ ଅଧିବେଶନ ସମାପ୍ତ ହୋଇଯାଇଛି । ଏହା ଥିଲା ୧୬ଶ ଲୋକସଭାର ଶେଷ ଅଧିବେଶନ । ଏହି ଅବସରରେ ନିଜର ଅଭିଭାଷଣ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏହି ଲୋକସଭା ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର ଥିଲା । କାରଣ ଏଥର ସର୍ବାଧିକ ସଂଖ୍ୟକ ମହିଳା ସାଂସଦ ନିର୍ବାଚିତ ହୋଇ ଆସିଥିଲେ । ପ୍ରଥମଥର ପାଇଁ ୪୪ ଜଣ ମହିଳା ସାଂସଦ ହୋଇପାରିଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ଭାରତର ଭାବମୂର୍ତ୍ତି ଉନ୍ନତ ହୋଇଛି । ବିଶ୍ୱ ତାପନକୁ ଲଢିବାରେ ଭାରତ ନେତୃତ୍ୱ ନେଉଛି ।

ଏହି ଅବସରରେ ମୋଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ରାହୁଲ ଗାନ୍ଧି କହୁଥିଲେ ଯେ ସେ କହିଲେ ଭୂମିକମ୍ପ ଆସିଯିବ । କିନ୍ତୁ ଗତ ୫ ବର୍ଷରେ କୌଣସି ଭୂମିକମ୍ପ ଆସିଲାନାହିଁ  ।

ସମ୍ବନ୍ଧିତ ଖବର