ଏ ମୋର ଶେଷ ନିର୍ବାଚନ: ୨୦୧୩ରେ ଯାହା କହିଥିଲେ, ୨୦୧୮ରେ ସେୟା କହିଲେ ସିଦ୍ଦରମେୟା

ଚାମୁଣ୍ଡେଶ୍ୱରୀ( କର୍ଣ୍ଣାଟକ) : କର୍ଣ୍ଣାାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ଏକ ବୟାନକୁ ନେଇ ଏବେ କର୍ଣ୍ଣାଟକ ରାଜନୀତି ସରଗରମ ହୋଇଛିି। ୨୦-୧୩ ନିର୍ବାଚନ ବେଳେ ଭୋଟର ମାନଙ୍କୁ ପ୍ରଭାବିତ କରିବା ପାଇଁ ସିଦ୍ଧରମେୟା କହିଥିଲେ ଯେ ଏହି ନିର୍ବାଚନ ପରେ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ। ଏଥର ମଧ୍ୟ ୨୦୧୮ ନିର୍ବାଚନରେ ସିଦ୍ଧରମେୟା ପୁଣି ଥରେ ତାଙ୍କ ବୟାନକୁ ଦୋହରାଇଛନ୍ତି। କହିଛନ୍ତି ୨୦୧୮ ହେଉଛି ତାଙ୍କ ଶେଷ ନିର୍ବାଚନ। ଏହା ପରେ ସେ ଆଉ କୌଣସି ନିର୍ବାଚନ ଲଢ଼ିବେ ନାହିଁ। ଅବଶ୍ୟ ଏଥର ସିଦ୍ଦରମେୟା ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳିରୁ ନିର୍ବାଚନ ଲଢ଼ୁଛନ୍ତି।
ସୂଚନାଯୋଗ୍ୟ ଯେ ସିଦ୍ଦରମେୟା ଏଥର ଚାମୁଣ୍ଡେଶ୍ୱରୀ ଓ ବରୁଣା ବିଧାନସଭା ଆସନରେ ନିର୍ବାଚନ ଲଢ଼ୁଛନ୍ତି। ତେବେ ଚାମୁଣ୍ଡେଶ୍ୱରରେ ନିର୍ବାଚନ ପ୍ରଚାର ଅବସରରେ ଏହା ତାଙ୍କର ଶେଷ ନିର୍ବାଚନ ଲଢ଼ିବା ବୋଲି ସିଦ୍ଦରମେୟା କହିଛନ୍ତି। ତେବେ ଏ ପ୍ରସଙ୍ଗରେ ଗଣମାଧ୍ୟମ ତାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଥିଲେ ଯେ ୨୦୧୩ ମସିହା ସାଧାରଣ ନିର୍ବାଚନ ତାଙ୍କର ଶେଷ ନିର୍ବାଚନ ବୋଲି ସେ କହିଥିଲେ। ଏପରିକି ବିଧାନସଭାରେ ମଧ୍ୟ ଏକଥା କହିଥିବା ସିଦ୍ଧରମେୟା ସ୍ୱୀକାର କରିଛନ୍ତି। ତେବେ ଦଳର ହାଇକମାଣ୍ଡ ତାଙ୍କୁ ବାଧ୍ୟ କରିବାରୁ ସେ ଏଥର ନିର୍ବାଚନ ଲଢ଼ୁଛନ୍ତି। ଯେହେତୁ ୫ ବର୍ଷ ଧରି ସେ ମୁଖ୍ୟମନ୍ତ୍ରୀ ଅଛନ୍ତି, ତେଣୁ ଦଳକୁ ବିଜୟୀ କରିବାର ଉତ୍ତର ଦାୟିିତ୍ୱ ତାଙ୍କର ବୋଲି ଦଳ ଚାହୁଥିବାରୁ ସେ ଏଥର ପୁଣି ନିର୍ବାଚନ ଲଢ଼ୁଛନ୍ତି ବୋଲି ସିଦ୍ଦରମେୟା କହିଛନ୍ତି।
ସୂଚନାଯୋଗ୍ୟ ଯେ ୧୯୮୩ ମସିହାରେ ଲୋକଦଳ ଟିକେଟରେ ଲଢ଼ି ସିଦ୍ଦରମେୟା ପ୍ରଥମ ଥର ପାଇଁ ଚାମୁଣ୍ଡେଶ୍ୱରୀ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେଣୁ ଶେଷ ଥର ପାଇଁ ସେ ଚାମୁଣ୍ଡେଶ୍ୱରୀରୁ ଲଢ଼ୁଛନ୍ତି ବୋଲି ସିଦ୍ଦରମେୟା କହିଛନ୍ତି।

ସମ୍ବନ୍ଧିତ ଖବର