କ˚ଗ୍ରେସରେ ଯୋଗଦେଲେ ବିଜେଡି ଓ ଆପ୍‌ର ଶତାଧିକ କର୍ମୀ

ଭୁବନେଶ୍ବର : ଆଜି ଭୁବନେଶ୍ବର ଜିଲ୍ଲା କ˚ଗ୍ରେସ କାର୍ଯ୍ୟାଳୟ ପରିସରରେ ୨ଟି ପର୍ଯ୍ୟାୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ନେତା ଓ ଶତାଧିକ କର୍ମୀ କଂଗ୍ରେସ ଦଳରେ ଯୋଗ ଦେଇଥିବା ବେଳେ ଅପରାହ୍ଣରେ ବି‌େଜଡିର ବହୁସଂଖ୍ୟକ କର୍ମୀ ଯୋଗ ଦେଇଥିଲେ।

କଂଗ୍ରେସ ଦଳ ସୂତ୍ରରୁ କୁହାଯାଇଛି, ପ୍ରଥମ ପର୍ଯ୍ୟାୟରେ ଆପ୍‌ ନେତା ତଥା ଆଇନଜୀବୀ ସ˚ଗ୍ରାମ କେଶରୀ ଦାସ, ସ˚ଜୀବ ଦାସ, ସନ୍ଧ୍ୟାରାଣୀ ପ୍ରଧାନ, ଦେବେନ୍ଦ୍ର ମହାନ୍ତିି, ସ˚ଜୀବ ମହାନ୍ତିଙ୍କ ସହ ସେମାନଙ୍କର ଶତାଧିକ ସମର୍ଥକ କ˚ଗ୍ରେସରେ ଯୋଗ ଦେଇଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ଏକାମ୍ର ନିର୍ବାଚନମଣ୍ତଳୀର ବିଜେଡି କର୍ମୀ ମନୋରଞ୍ଜନ ଦାଶ, ସତ୍ୟଶଙ୍କର ଦାସ, ମନୋରଞ୍ଜନ ପାତ୍ର, ସ˚ଗ୍ରାମ କୁମାର, ସୌମ୍ୟ ବେହେରା, ରାଜ କହଁର, ଅଭୟ ସାହୁ, ମିକୁ ସାହୁ, ଦେବେନ୍ଦ୍ର ଦାସ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଉପଲକ୍ଷେ ଭୁବନେଶ୍ବର ଜିଲ୍ଲା କ˚ଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଜିଲ୍ଲା କ˚ଗ୍ରେସ ସଭାପତି ମାନସ ଚୌଧୁରୀ, କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ର, ମହିଳା କ˚ଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା, ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ, ପିସିସି ସାଧାରଣ ସ˚ପାଦକ ବିଶ୍ବଭୂଷଣ ଦାସ ପ୍ରମୁଖ ଉପରୋକ୍ତ ନେତୃବୃନ୍ଦଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ବାଗତ କରିଥିଲେ। କ˚ଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ତଥା ପ୍ରଦେଶ କ˚ଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବକୁ ସମର୍ଥନ ଜଣାଇ ବିଜେଡି ଓ ଆପ୍‌ ଛାଡି କ˚ଗ୍ରେସରେ ଯୋଗଦେଲେ ବୋଲି ନେତୃବୃନ୍ଦମାନେ ସେମାନଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ। ଭୁବନେଶ୍ବର ଜିଲ୍ଲା ୯ ନମ୍ବର ବ୍ଲକ ସଭାପତି ଅଫତାବ ଅଲ୍ଲୀଙ୍କ ସମେତ ଜିଲ୍ଲା କ˚ଗ୍ରେସର କର୍ମକର୍ତାମାନେ ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର