୩୧ ଯାଏଁ ଚାଲିବ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ଜନସମ୍ପର୍କ ପଦଯାତ୍ରା ଚଳିତ ମାସ ୩୧ ତାରିଖ ଯାଏଁ ଚାଲିବ। ସାଧାରଣ ଲୋକଙ୍କର ଉତ୍ସାହକୁ ଦୃଷ୍ଟିରେ ରଖି ବିଜେଡି ସଭାପତି ନବୀନ ପଟ୍ଟନାୟକ ଜନସମ୍ପର୍କ ପଦଯାତ୍ରା ତାରିଖକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି କାର୍ଯ୍ୟକ୍ରମ ଜୟପ୍ରକାଶ ନାରାୟଣ ଜୟନ୍ତୀ ଅବସରରେ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଚାଲିବାର ଥିଲା।

ଗାନ୍ଧୀ ଜୟନ୍ତୀ ଅବସରରେ ଚଳିତ ମାସ ୨ ତାରିଖରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ବିଜେଡି ସୁପ୍ରିମୋ କର୍ମୀଙ୍କୁ କିଛି ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ପଦଯାତ୍ରାରେ ଲୋକଙ୍କୁ ଭେଟି ସମସ୍ୟା ବୁଝିବାକୁ ନିର୍ଦ୍ଦେଶ ଦେବା ସହ ସରକାରଙ୍କ ଭଲ କାମ ଲୋକଙ୍କ ପାଖରେ ପହଞ୍ଚାଇବାକୁ କର୍ମୀ ଓ ନେତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଏହି ଅବସରରେ ନବୀନ ଉଦବୋଧନ ଦେଇ କହିଥିଲେ ଯେ, ଦଳର ସବୁ କାର୍ଯ୍ୟକ୍ରମ ଭିତରୁ ସମାଜସେବା ତାଙ୍କର ପ୍ରିୟ କାର୍ଯ୍ୟକ୍ରମ।

ସମ୍ବନ୍ଧିତ ଖବର