ସେପ୍ଟେମ୍ବର ୨ରୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ଆଗାମୀ ସେପ୍ଟେମ୍ବର ୨ ତାରିଖରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବ। ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ବୈଠକରେ ଦେବୀ ମିଶ୍ର, ପ୍ରତାପ ଦେବ, ସଞ୍ଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଅନୁସାରେ ବୁଥ୍‌ ଓ ଜିଲ୍ଲା ସ୍ତରରୁ ସଭ୍ୟ ସଂଗ୍ରହ ନେଇ ବିଜେଡି ପ୍ରସ୍ତୁତି ଚଲାଇଛି।

ସୂଚନାଯୋଗ୍ୟ ବିଜେଡିରେ ଏବେ ପ୍ରାୟ ୫୦ଲକ୍ଷ ସଭ୍ୟ ଥିବାବେଳେ ଏହି ସଂଖ୍ୟା ବଢ଼ାଇବାକୁ ଦଳ ଉଦ୍ୟମ କରୁଛି। ବିଜେଡି ଅନଲାଇନ୍‌ ଓ ଅଫଲାଇନ୍‌ରେ ଏହି ସଭ୍ୟ ସଂଗ୍ରହ କରିବ। କାର୍ଯ୍ୟକ୍ରମକୁ ତ୍ୱରାନ୍ଵିତ କରିବା ପାଇଁ ମହିଳା, ଯୁବ ଓ ଛାତ୍ର ବର୍ଗଙ୍କୁ ଟାର୍ଗେଟ କରିବ।

ସମ୍ବନ୍ଧିତ ଖବର