ଡିଆଇଜି ଆଶିଷ ସିଂଙ୍କ ନାଁରେ ଫେରାଦ ଦେଲା ବିଜେପି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ଡିଆଇଜି ଆଶିଷ ସିଂଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ଆଣିଛି। ଆଶିଷ ସିଂ ଦଳୀୟ ବ୍ୟାପରରେ ମୁଣ୍ଡ ପୁରାଉଛନ୍ତି ବୋଲି ବିଜେପି ଅମିଯୋଗ କରିଛି। ବିଜେଡିରୁ ଟିକେଟ ପାଇନଥିବା ନେତାଙ୍କୁ ଡରାଉଛନ୍ତି। ଏଥି ସହିତ ସେ ନେତାମାନଙ୍କୁ ବିଜେପିରେ ଯୋଗ ନଦିଅନ୍ତୁ ବୋଲି ପ୍ରବର୍ତ୍ତାଉଛନ୍ତି। ତାଙ୍କ କ୍ୱାର୍ଟରକୁ ସିସିଟିଭି ନଜରରେ ରଖାଯାଉ ଏବଂ ତାଙ୍କୁ ଯଥାଶୀଘ୍ର ବଦଳି କରାଯାଉ ବୋଲି ବିଜେପି ଦାବି କରିଛି।

ସମ୍ବନ୍ଧିତ ଖବର