ଅାସନ୍ତାକାଲି ନୂଆ ଦଳ ଗଠନ ବିଷୟରେ ବିଧିବଦ୍ଧ ଘୋଷଣା କରିବେ ଦାମ

ଭୁବନେଶ୍ବର : ଆସନ୍ତାକାଲି କାଲି ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀରେ ବିଧିବଦ୍ଧ ଭାବେ ନୂଆ ଦଳର ଗଠନ ବିଷୟରେ ଘୋଷଣା କରିବେ ବରିଷ୍ଠ ବିଧାୟକ ଡା. ଦାମୋଦର ରାଉତ। ।  ନୂଆ ଦଳର ନାଁ ବିଜୁ କ୍ରାନ୍ତି ଦଳ ରହିବ ବୋଲି  ଗଣମାଧ୍ୟମକୁ କହିଛନ୍ତି ସେ । ନିଜକୁ ବିଜୁ ଅନୁଗତ କହି ଆସୁଥିବା ଦାମ ତାଙ୍କ ନାମ ଅନୁସାରେ ଦଳ ଗଠନ କରିବା ତ ଥୟ, କିନ୍ତୁ ଏଥିରେ ଅାଉ କେତେଜଣ ବିଜୁ ଅନୁଗତଙ୍କୁ .ନେଇ ପାରୁଛନ୍ତି ତାହା ଦେଖିବା କଥା। ପୂର୍ବତନ ସାଂସଦ ତଥା ନିଜକୁ ବିଜୁପନ୍ଥି କହୁଥିବା  ବୈଜୟନ୍ତ ପଣ୍ଡା ନୂଆ ଦଳରେ ସାମିଲ ହେବେ କି ନାହିଁ ସେ ନେଇ କିଛି ବି ସ୍ପଷ୍ଟ ହୋଇନାହିଁ।  ତେବେ ଯଜ୍ଞେଶ୍ବର ବାବୁ ଓ ବ୍ରଜ କିଶୋର ତ୍ରିପାଠୀଙ୍କୁ ସାଥିରେ ନେଇ ଦାମ ଆଗକୁ ବଢ଼ିବେ ବୋଲି ସୂଚନା ମିଳିଛି ।

ନିଜର ବେଲଗାମ ତୁଣ୍ଡ ଲାଗି ବାରମ୍ବାର ବିଜେଡିରେ ଦଣ୍ଡିତ ହୋଇଛନ୍ତି ଡା.ରାଉତ।   ବିବାଦୀୟ ମନ୍ତବ୍ୟ ପାଇଁ ପ୍ରଥମେ ମନ୍ତ୍ରୀପଦରୁ ବିଦା ହୋଇଥିଲେ । ପରେ ସେପ୍ଟେମ୍ବର ୧୨ରେ ଦଳରୁ ଦାମଙ୍କୁ ବହିଷ୍କାର କରାଯାଇଥିଲା । ଏହାପରେ ନବୀନଙ୍କୁ ମୁକାବିଲା କରିବାକୁ ଦାମ ନୂଆ ଦଳ ଗଠନ କରିବେ ବୋଲି ଘୋଷଣା କରିଥିଲେ । ପ୍ରାଥମିକ ଭାବେ  ବୈଜୟନ୍ତ ପଣ୍ଡା, ପ୍ରଫୁଲ ଘଡେଇ, ପଞ୍ଚାନନ କାନୁନଗୋଙ୍କ ଭଳି ନେତାଙ୍କୁ ସାଙ୍ଗରେ ନେଇ ନୂଆ ଦଳ ଗଠନ କରିବେ ବୋଲି କହିଥିଲେ ଦାମ । ତେବେ ଏକଥାକୁ ଖଣ୍ଡନ କରିଥିଲେ ତିନି ନେତା । ଏହାପରେ ଦାମ ରାଜ୍ୟର ବିଭିନ୍ନ ସ୍ଥାନରେ ନବୀନଙ୍କ ବିରୋଧରେ ସଭା କରି ଆସୁଛନ୍ତି ।

ସମ୍ବନ୍ଧିତ ଖବର