ତୃଣମୂଳ କଂଗ୍ରେସର ଉପାଧ୍ୟକ୍ଷ ହେଲେ ଯଶବନ୍ତ ସିହ୍ନା

ନୂଆଦିଲ୍ଲୀ: ଅଳ୍ପ ଦିନ ତଳେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ଆଜି ଦଳର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ଥିବା ସିହ୍ନା ଶନିବାର ଦିନ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ତାଙ୍କୁ ମଧ୍ୟ ତୃଣମୂଳ କଂଗ୍ରେସର ଜାତୀୟ କାର୍ଯ୍ୟକାରିଣୀ କମିଟିରେ ସାମିଲ କରାଯାଇଛି।

Image Courtesy of Mint

ତୃଣମୂଳ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ସିହ୍ନା କହିଥିଲେ, ନିର୍ବାଚନରେ ବିଜୟ ହାସଲ କରିବା ନିମନ୍ତେ ଏ ସରକାର (ବିଜେପି) ଯାହା ନାହିଁ ତାହା କରିପାରେ। ମମତାଜୀଙ୍କୁ ଆକ୍ରମଣ କରାଯିବା ଘଟଣା ଯୋଗୁଁ ହିଁ ମୁଁ ତାଙ୍କ ସହ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲି।
ସେ ଆହୁରି ମଧ୍ୟ କହିଥିଲେ ଯେ, ଦେଶରେ ଗଣତନ୍ତ୍ର ବିପଦଗ୍ରସ୍ତ ହୋଇଛି। ତେଣୁ ତୃଣମୂଳ କଂଗ୍ରେସକୁ ବିପୁଳ ସଂଖ୍ୟାରେ ଭୋଟ୍‌ ଦେଇ ବିଜୟ କରାଇବାର ସମୟ ଆସିଛି।

Image Courtesy of India Today

ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ, ଏ ବୟସରେ ମୁଁ ସବୁ ରାଜନୈତିକ ଦଳରୁ ଦୂରେଇ ଯାଇଥିବା ବେଳେ ତୃଣମୂଳ କଂଗ୍ରେସରେ ଯୋଗ ଦେଇ ସକ୍ରିୟ ହେଲି କାହିଁକି। ମୁଁ ଜଣାଇ ଦେବାକୁ ଚାହେଁ, ଦେଶ ଗୋଟାଏ ବିଚିତ୍ର ପରିସ୍ଥିତିରେ ଗତି କରୁଛି। ଗଣତନ୍ତ୍ରର ଶକ୍ତି ଗଣତନ୍ତ୍ରର ପ୍ରତିଷ୍ଠାନରେ ନିହିତ ଥାଏ। ଆଜି ଅଧିକାଂଶ ପ୍ରତିଷ୍ଠାନ ଦୁର୍ବଳ ହୋଇପଡ଼ିଛି। ଦୁର୍ଭାଗ୍ୟକୁ ବିଚାର ବିଭାଗ ମଧ୍ୟ ଏହି ଦୁର୍ବଳ ହୋଇପଡ଼ିଥିବା ପ୍ରତିଷ୍ଠାନଗୁଡ଼ିକରେ ଅନ୍ତର୍ଭୁକ୍ତ।

ସମ୍ବନ୍ଧିତ ଖବର