କଂଗ୍ରେସର ମିଶ୍ରଣ ପର୍ବ: ଘରକୁ ବାହୁଡିଲେ ପୂର୍ବତନ ସାଂସଦ କାର୍ତ୍ତିକେଶ୍ୱର ପାତ୍ର ଓ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର

ଭୁବନେଶ୍ୱର: ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ କଂଗ୍ରେସ ନିଜର ଅବସ୍ଥା ସୁଧାରିବାକୁ ପ୍ରବଳ ଉଦ୍ୟମ କରୁଛି। ମୁଖ୍ୟତଃ ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବରେ ନିଯୁକ୍ତ ହେବା ପରେ ଅତୀତରେ ଦଳ ଛାଡ଼ିଥିବା ଲୋକଙ୍କୁ ପୁଣି ଥରେ ଫେରାଇ ଆଣିବାକୁ କଂଗ୍ରେସ ଉଦ୍ୟମ ଆରମ୍ଭ କରିଛି।

ଏହି ପରିପ୍ରେକ୍ଷୀରେ ବୁଧବାର ରାଜ୍ୟ କଂଗ୍ରେସ ଭବନରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ଉପସ୍ଥିତିରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କଂଗ୍ରେସର ପୂର୍ବତନ ସାଂସଦ କାର୍ତ୍ତିକେଶ୍ୱର ପାତ୍ର କଂଗ୍ରେସରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବରେ ତୃଣମୂଳ କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ସମେତ ଶତାଧିକ ସଭ୍ୟ ଦଳରେ ସାମିଲ ହୋଇଛନ୍ତି। ଆଜି କଂଗ୍ରେସର ମିଶ୍ରଣ ପର୍ବରେ ବହୁ ସଂଖ୍ୟାରେ ସଭ୍ୟ ସାମିଲ ହେବା ପରେ ଦଳର ଦୃଢ଼ ମନୋବଳ ବଢ଼ି ଯାଇଛି। ଆଗାମୀ ଦିନରେ କଂଗ୍ରେସକୁ ପୂର୍ବ ଭଳି ମଜବୁତ କରାଯାଇ ପାରିବ ବୋଲି କଂଗ୍ରେସ ଆଶା କରିଛି।

ସମ୍ବନ୍ଧିତ ଖବର