ସ୍ବାମୀ ତେଜ ପ୍ରତାପ ଯାଦବଙ୍କ ସହ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିପାରନ୍ତି ପତ୍ନୀ ଐଶ୍ବର୍ଯ୍ୟା ରାୟ

ନୂଆଦିଲ୍ଲୀ: ଆଗାମୀ ବିହାର ବିଧାନସଭା ନିର୍ବାଚନରେ ଲାଲୁ ପ୍ରସାଦ ଯାଦବଙ୍କ ଜ୍ୟେଷ୍ଠପୁତ୍ର ତେଜ ପ୍ରତାପଙ୍କ ବିପକ୍ଷରେ ପତ୍ନୀ ଐଶ୍ବର୍ଯ୍ୟା ରାୟ ପ୍ରତିଦ୍ବନ୍ଦ୍ବିତା କରିପାରନ୍ତି।

ଐଶ୍ବର୍ଯ୍ୟାଙ୍କ ବାପା ଚନ୍ଦ୍ରିକା ରାୟ ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ, ଜେତ ପ୍ରତାପଙ୍କ ବିପକ୍ଷରେ ତାଙ୍କ ଝିଅ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିପାରେ। ଆର୍‌ଜେଡି ଟିକେଟ୍‌ରେ ଗତ ବିଧାନସଭା ନିର୍ବାଚନ ଜିଣିଥିବା ଚନ୍ଦ୍ରିକା ରାୟ ଆହୁରି ମଧ୍ୟ କହିଛନ୍ତି ଯେ, ନିଷ୍ପତ୍ତି ଗ୍ରହଣ କରିବାରେ ଝିଅ ସ୍ବାଧୀନ ଏବଂ ସେ ତାକୁ ସବୁବେଳେ ସହଯୋଗ କରିବେ। ଐଶ୍ବର୍ଯ୍ୟା ଯେକୌଣସି ଆସନରୁ ଲଢ଼ିବାକୁ ମନ କରିବ ମୁଁ ବାଧା ଦେବିନାହିଁ। ଯୋଜନ ବିଷୟରେ ଖୁବ୍ ଶୀଘ୍ର ଐଶ୍ବର୍ଯ୍ୟା ଗଣମାଧ୍ୟମରେ ଘୋଷଣା କରିବ।

Image Courtesy of The Week

୨୦୧୮ରେ ଐଶ୍ବର୍ଯ୍ୟା ତେଜପ୍ରତାପଙ୍କୁ ବିଭା ହୋଇଥିଲେ। କିନ୍ତୁ, ବିବାହର ପାଞ୍ଚ ମାସ ପରେ ତେଜପ୍ରତାପ ଛାଡ଼ପତ୍ର ଆବେଦନ ଫାଇଲ୍‌ କରିଥିଲେ। ସେବେ ଠାରୁ ଦୁଇ ପରିବାର ମଧ୍ୟରେ ତିକ୍ତତା ଲାଗି ରହିଛି। ଏଥିଯୋଗୁଁ ଚନ୍ଦ୍ରିକା ରାୟ ବାଧ୍ୟ ହୋଇ ଆର୍‌ଜେଡି ଛାଡ଼ି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜନତା ଦଳ ୟୁନାଇଟେଡ୍‌ରେ ଯୋଗ ଦେଇଛନ୍ତି।

ସମ୍ପ୍ରତି ମହୁଆ ଆସନରୁ ବିଧାୟକ ହୋଇଥିବା ତେଜପ୍ରତାପ ଆସନ୍ତା ନିର୍ବାଚନରେ ଆସନ ପରିବର୍ତ୍ତନ କରିବାକୁ ସ୍ଥିର କରିଛନ୍ତି ବ‌ୋଲି ଶୁଣାଯାଉଛି। ଗତ ସୋମବାର ଦିନ ତେଜପ୍ରତାପ ସମସ୍ତିପୁର ଜିଲ୍ଲା ଅନ୍ତର୍ଗତ ହସନପୁର ନିର୍ବାଚନ ମଣ୍ଡଳୀରେ ଏକ ରାଲିରେ ଉଦ୍‌ବୋଧନ ଦେଇଥିଲେ।

 

ସମ୍ବନ୍ଧିତ ଖବର