ମହିଳା କଂଗ୍ରେସର ‘ପ୍ରୋଜେକ୍ଟ ଶକ୍ତି’ ଆରମ୍ଭ

ଭୁବନେଶ୍ୱର : ଆଜି ପ୍ରଦେଶ ମହିଳା କଂଗ୍ରେସ ତରଫରୁ ‘ପ୍ରୋଜେକ୍ଟ ଶକ୍ତି’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାକୁ ଉଦ୍‌ଘାଟନ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଅଖିଳ ଭାରତ ମହିଳା କଂଗ୍ରେସ ସଂପାଦିକା ତଥା ଓଡ଼ିଶା ପ୍ରଭାରୀ ସନ୍ଧ୍ୟା ସଓ୍ଵାଲାକା। ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁ, ବୁଥ୍‌, ବ୍ଲକ୍‌, ଗ୍ରାମପଞ୍ଚାୟତ, ଜିଲ୍ଲା, ସହର ଓ ପ୍ରଦେଶ ସ୍ତରରୁ ପ୍ରତ୍ୟେକ ମହିଳାଙ୍କ ବାର୍ତା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନିକଟକୁ ସିଧାସଳଖ ପହଞ୍ଚିବ। ଏହାଛଡ଼ା, ପ୍ରୋଜେକ୍ଟ ଶକ୍ତି କାର୍ଯ୍ୟକ୍ରମରେ ଆଗାମୀ ଦିନରେ ମଦମୁକ୍ତ ଓଡ଼ିଶା ଓ ମହିଳା ସୁରକ୍ଷା ଭଳି ପଦକ୍ଷେପ ମହିଳା କଂଗ୍ରେସ ହାତକୁ ନେବ ବୋଲି ସ୍ଥିର ହୋଇଛି।

ଆଜି ପୂର୍ବାହ୍ନରେ ପ୍ରଦେଶ ମହିଳା କଂଗ୍ରେସ ସଭାପତି ସସ୍ମିତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହିଳା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମହିଳା କଂଗ୍ରେସ ଉପରେ ରାହୁଲ ଗାନ୍ଧୀଙ୍କ ଶକ୍ତି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମହିଳା କଂଗ୍ରେସ ସଂପାଦିକା ସନ୍ଧ୍ୟା ସଓ୍ଵାଲାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶକ୍ତି କାର୍ଯ୍ୟକ୍ରମରେ ମହିଳାଙ୍କ ମୋବାଇଲ୍‌ ନଂ ଓ ମେସେଜ୍‌ ୭୯୯୬୪୭୭୯୯୬୪ ନମ୍ବର ସହିତ ସଂଯୋଗ ଓ ପଞ୍ଜୀକରଣ କରାଯାଇଥିଲା। ବୈଠକରେ ରତ୍ନମଣି ଉଲାକା, ରଶ୍ମୀ ମହାପାତ୍ର, ଦେବସ୍ମୀତା ସାମଲ, ସୁୂବାସିନୀ ମହାକୁଡ଼, ଦୀପା ଚୌଧୁରୀ, ସ୍ୱାଧୀନବାଳା ଦାସ, ଜୟଶ୍ରୀ ପଟ୍ଟନାୟକ, ବିନୋଦିନୀ ମହାନ୍ତି, ଶୋଭା ସିଂ, ଜାନକୀ ମଲ୍ଲିକ, ସବିତା ସ୍ୱାଇଁ ପ୍ରମୁଖ କର୍ମକର୍ତାମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର