ଦିଲ୍ଳୀରେ ମୋଦିଙ୍କୁ ସାକ୍ଷାତ ପରେ ନବୀନ କହିଲେ ବିଜେଡି କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରକ୍ଷାକରୁଛି

ଭୁବନେଶ୍ୱର: ଦିଲ୍ଲୀରେ ମୋଦି ଓ ନରସିଂହଙ୍କୁ ସାକ୍ଷାତ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ କହିଛନ୍ତିି, ନରସିଂହ ମୋତେ ଦେଖା କରିବା ପାଇଁ ଆସିଥିଲେ। ହକି କାର୍ଯ୍ୟକ୍ରମ ପୂର୍ବରୁ ୫ ମିନିଟ ପାଇଁ ବିରୋଧୀ ଦଳ ନେତା ନରସିଂହ ମିଶ୍ରକୁ ଭେଟିଥିଲେ ବୋଲି କହିଛନ୍ତି ନବୀନ। ସାକ୍ଷାତର ପଛରେ ସେପରି କୌଣସି ଉଦ୍ଦେଶ୍ୟ ନାହିଁ। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ‘ଦ ଟଲ୍‌ ମ୍ୟାନ’ ପୁସ୍ତକ ଦେଇଥିଲେ ବୋଲି କହିଛନ୍ତି। ଏହାସହ ଏବେ ବି ବିଜେଡି, ବିଜେପି ଓ କଂଗ୍ରେସଠାରୁ ସମଦୂରତା ରକ୍ଷା କରୁଛି ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ୪ ଦିନିଆ ଦିଲ୍ଲୀରେ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ଫେରିଛନ୍ତି। ଦିଲ୍ଲୀରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ସାକ୍ଷାତ କରିବା ସହ ବିଶ୍ୱକପ ହକି ପାଇଁ ଅୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ସୂଚନାଯୋଗ୍ୟ, ଗତକାଲି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ତେବେ ଏହି ସାକ୍ଷାତକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା। ଉଭୟଙ୍କ ସାକ୍ଷାତକୁ ନେଇ ପ୍ରଶ୍ନ ଉଠାଇଥିଲେ ଖୋଦ୍‌ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ। ଆଉ ଏହାପଛରେ ରାଜନୀତି ଥାଇପାରେ ବୋଲି ମଧ୍ୟ ସନ୍ଦେହ ପ୍ରକାଶ କରିଥିଲେ।

ଅନ୍ୟପଟେ ଓଡ଼ିଶା ରାଜ୍ୟପାଳ ଏସସି ଜମିରଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ନବୀନ। ସେ କହିଛନ୍ତି, ସେ ବିଷୟରେ ମୁଁ କିଛି ଜାଣିନାହିଁ। କୁନ୍ଦୁଲି ଘଟଣାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଘଟଣାର ସ୍ୱଚ୍ଛ ଓ ନରପେକ୍ଷ ତଦନ୍ତ ହେବ। ଏହାବ୍ୟତୀତ ଜାତୀୟ ରାଜନୀତିରେ ବିଜେଡିର ଭୂମିକା ପ୍ରସଙ୍ଗରେ ମଧ୍ୟ ମତ ପ୍ରକାଶ କରିଛନ୍ତି। ବିଜେଡ଼ି ଓଡ଼ିଶାର ଉନ୍ନତି ପାଇଁ ଧ୍ୟାନ ଦେଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର